ରାଜଧାନୀ ଠିକାଦାର ସଙ୍ଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ

ଭୁବନେଶ୍ୱର, ରାଜଧାନୀରେ ସିଭିଲ ଠିକାଦାର ମାନଙ୍କର କର୍ମକର୍ତା ଚୟନ ପାଇଁ ଇୟୁନିଟ- 3ଡିଭିଜନ 1 ଅଫିସ ପାଖରେ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା. ଏହି ନିର୍ବାଚନ ରେ ଭାଗ ନେବାପାଇଁ ବହୁସଂଖ୍ୟାରେ ଠିକାଦାର ମାନେ ଉପସ୍ଥିତ ରହି ସଭାପତି ଓ ସାଧାରଣ ସମ୍ପାଦକ ପାଇଁ ଭୋଟ ଦେଇଥିଲେ. ସଭାପତି ପଦ ପାଇଁ ଦୁଇ ଜଣ ପ୍ରାର୍ଥୀ ସମାନ ସଂଖ୍ୟକ ଭୋଟ ପାଇଥିବାରୁ କେହି ନିର୍ବାଚିତ ହୋଇ ପାରି ନାହାନ୍ତି ଓ ଆଉଥରେ ନିର୍ବାଚନ ହେବ ବା ଲଟେରୀ ପଡିବ ପରେ ଘୋଷଣା କରାଯିବ ବୋଲି କହିଛନ୍ତି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ମିହିର ରଞ୍ଜନ ପାତ୍ର. ପୂର୍ବରୁ ଥିବା ଉପ ସଭାପତି ସୁଦର୍ଶନ ମହାପାତ୍ର ପୁଣି କାମ କରିବେ. ସେହିପରି ଦୁଇ ଜଣ ପ୍ରାର୍ଥୀ ସାଧାରଣ ସଂପାଦକ ପାଇଂ ପ୍ରତିଦ୍ବନ୍ଦୀ ତା କରିଥିଲେ ଓ ନିହାର ରଞ୍ଜନ ପାତ୍ର ଅଧିକ ଭୋଟ ପାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି. ନିର୍ବାଚିତ ହେବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଆମ ସମସ୍ୟାକୁ ନେଇ ସରକାରଙ୍କ ସହ ଆଲୋଚନା କରିବୁ ଓ ସମସ୍ତଙ୍କ ଭଲ ମନ୍ଦ ବୁଝିବି ବୋଲି କହିଛନ୍ତି ସମ୍ପାଦକ ନିହାର ରଞ୍ଜନ ପାତ୍ର ।