୯୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ସଦର ବ୍ଲକ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷର ଶୁଭ ଦେଲେ ବିଧାୟକ ଅରୁଣ

ନୟାଗଡ଼ ତା ୨.୫ ନୟାଗଡ଼ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ୯୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଆଉ ଏକ ଉନ୍ନତ ମାନର ସମ୍ମିଳନୀ କକ୍ଷର ଶୁଭ ଦେବା କାର୍ଯକ୍ରମ ନୟାଗଡର ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଛି |

ଏହି ମହାର୍ଘ୍ୟ ପରିବେଶରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ମୁନିସିପାଲିଟିର ଚେୟାରମ୍ୟାନ ନିରୁପମା ଖଟେଇ, ପଂଚାୟତ ସମିତି ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ଭାଇସ ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କଅଁର, ଆଶିଷ କୁମାର ଅଗ୍ରୱାଲ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ ପ୍ରମୁଖ ମଂଚାସୀନ ଥିବାବେଳେ ଏହି କାର୍ଯ୍ୟ ତୁରନ୍ତ ୫ ମାସ ମଧ୍ୟରେ ଶେଷ କରିବାକୁ ବିଦ୍ୟାଳୟ ଡ଼ ସାହୁ ଆହ୍ୱାନ କରିଥିଲେ| ତେବେ ଏହି ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା