ମଙ୍ଗଳରେ ରହିଛି ଭରପୁର ଜଳ: ଜୁରୋଙ୍ଗ ପଠାଇଲା ରିପୋର୍ଟ

ବେଜିଂ,୩।୫ : ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ଜଳ ରହିଥିବାର ପ୍ରମାଣ ମିଳିଛି। ଜୁରୋଙ୍ଗ ନାମକ ଚାଇନା ମାର୍ସ ରୋଭର ଏହି ଦିଗରେ ନୂତନ ତଥ୍ୟ ସଂଗ୍ରହ କରିଛି। ସାଇନ୍ସ ଆଡଭାନ୍ସ୍‌ ପତ୍ରିକାରେ ଏହି ନୂତନ ଅଧ୍ୟୟନ ସମ୍ପର୍କରେ ତଥ୍ୟ ପ୍ରକାଶିତ ହୋଇଛି। କୁହାଯାଇଛି, ଜୁରୋଙ୍ଗ ମଙ୍ଗଳ ଗ୍ରହର ନିମ୍ନ ଏବଂ ଉଷ୍ମ ଅଞ୍ଚଳରେ ଜଳର ମୂଲ୍ୟାଙ୍କନ ସହ ଜଡିତ ପ୍ରମାଣ ମଧ୍ୟ ପ୍ରଦାନ ପଠାଇଛି।

ପ୍ରାୟ ୪,୦୦,୦୦୦ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜଳ ପ୍ରଚୁର ପରିମାଣରେ ରହିଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଜଳ ବାଲୁକା କୂଳରେ ତରଳ ବରଫ ଆକାରରେ ଥିଲା । ଏଥିସହ ରୋଭର ଗ୍ରହର ନିମ୍ନ ଅଞ୍ଚଳରେ ଜଳ ଆବିଷ୍କାର କରିଛି। ରୋଭର ଅନୁସାରେ ୭୦୦ ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜଳ ଥିବାର ଅନୁମାନ କରାଯାଉଛି। ଏହି ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ କାରଣ ନିମ୍ନଭୂମି ମଙ୍ଗଳ ଗ୍ରହର ଉଚ୍ଚଭୂମି ଅପେକ୍ଷା ଉଷ୍ମ ଏବଂ ଜୀବନର ଅସ୍ତିତ୍ୱ କିମ୍ବା ସମ୍ଭାବନା ପାଇଁ ଉତ୍ତମ ଅଞ୍ଚଳ ଅଟେ ।

ଉଲ୍ଲେଖନୀୟ କଥା ହେଉଛି, ଏହା ପ୍ରଥମ ଥର ନୁହେଁ ଯେ ମଙ୍ଗଳ ଗ୍ରହରେ ଜଳର ଅସ୍ତିତ୍ୱ ବିଷୟରେ ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହାପୂର୍ବରୁ ଆମେରିକାର ସ୍ପେସ ଏଜେନ୍ସି ନାସା ଦାବି କରିଥିଲା, ଏହାର ମହାକାଶଯାନ ମଙ୍ଗଳରେ ଜଳର ପ୍ରମାଣ ଆବିଷ୍କାର କରିଥିଲା। ଏହା ପରେ କାଲିଫର୍ନିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (କାଲଟେକ) ର ବୈଜ୍ଞାନିକମାନେ ଏହା ଅନୁସନ୍ଧାନ କରିଥିଲେ। ଏହି ଅନୁସନ୍ଧାନରେ ଏହା ଜଣାପଡିଥିଲା ୨୦୦ ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜଳ ଥିଲା। କାରଣ ପ୍ରବାହିତ ଜଳ ସହିତ ଆସୁଥିବା ଲୁଣ ଖଣିଜ ପଦାର୍ଥ ସେଠାରେ ଦେଖିବାକୁ ମିଳିଥିଲା। ଲୁଣ ଚିହ୍ନ ମଙ୍ଗଳ ଗ୍ରହରେ ଧଳା ଧାଡି ଆକାରରେ ଉପସ୍ଥିତ ଯାହା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *