ଆଜି ରିଲିଜ ହେବ ଫିଲ୍ମ ‘ଦ କେରଲା ଷ୍ଟୋରୀ’

ଆଜି ରିଲିଜ ହେବ ଚର୍ଚ୍ଚିତ ବଲିଉଡ ଫିଲ୍ମ “ଦ କେରଲା ଷ୍ଟୋରୀ” । ଫିଲ୍ମରେ ବର୍ଣ୍ଣିତ କେରଳର ୩୨ ହଜାର ଝିଅ ଗାୟବ ହେବା ପଛର କାହାଣୀ। ନର୍ସରୁ ଆଇଏସଆଇଏସ ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ। କେରଳର ହିନ୍ଦୁ ଝିଅଙ୍କୁ କିଭଳି ଟ୍ରାପ୍ କରାଯାଇ ବ୍ରେନ୍ ୱାସ କରି ଧର୍ମ ପରିବର୍ତ୍ତନ କରାଯାଉଛି ଓ ସେମାନଙ୍କୁ ପରବର୍ତ୍ତୀ ସମୟରେ ବିଦେଶ ପଠାଯାଇ ନର୍କ ଜୀବନ ବଞ୍ଚିବା ପାଇଁ ବାଧ୍ୟ କରାଯାଉଛି ତାହା ଦେଖିବାକୁ ମିଳିବ ଫିଲ୍ମ “ଦ କେରଲା ଷ୍ଟୋରୀ” ରେ। ଲଭ ଜିହାଦଠାରୁ ଆରମ୍ଭ କରି କେରଳକୁ କିପରି ଇସଲାମସିକ ଷ୍ଟେଟ ବାନାଇବା ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଛି ତାର ପର୍ଦାଫାଶ କରିବ ” ଦ କେରଲା ଷ୍ଟୋରୀ “।ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ ଓ ମଲୟାଲାମ ଭାଷାରେ ରିଲିଜ୍ ହେବ ।