ଗର୍ଜିଲେ ଫନି କ୍ଷତିଗ୍ରସ୍ତ, କ୍ଷତି ପୂରଣ ପ୍ରଦାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ
ଗର୍ଜିଲେ ଫନି କ୍ଷତିଗ୍ରସ୍ତ, କ୍ଷତି ପୂରଣ ପ୍ରଦାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଆମକୁ ଘର ପାଇଁ ଚାରିଲକ୍ଷ ଟଙ୍କା ଦିଅ l ଆଜି ବ୍ରହ୍ମଗିରି ଶ୍ରୀଅଲାରନାଥ ମନ୍ଦିର ଭୋଗମଣ୍ଡପ ପରିସରରେ ପୁରୀଜିଲ୍ଲା ପ୍ରାକୃତିକ ବିପର୍ଯୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ର ଆବାହକ ବିହାରୀବନ୍ଧୁ ପଳାଇଙ୍କ ଅଧକ୍ଷତାରେ ବ୍ରହ୍ମଗିରି ଅଞ୍ଚଳର ପ୍ରତି ପଂଚାୟତ ମୁରବୀ ମାନଙ୍କୁ ନେଇ ଫନି କ୍ଷତିଗ୍ରସ୍ତ ଙ୍କୁ କିପରି ଉଚିତ ନ୍ୟାୟ ପ୍ରଦାନ କରାଯିବ ଏକ ପ୍ରେସମିଟ କରାଯାଇଥିଲା l ଏଥିରେ ପ୍ରକୃତ ଫନି କ୍ଷତିଗ୍ରସ୍ତଙ୍କୁ ଚାରିଲକ୍ଷ ଟଙ୍କା ଦିଆଯିବା ସହିତ ସାତପଡ଼ା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକାରେ ସେତୁ ନିର୍ମାଣ କରାଯାଉ ଏବଂ ଧନୁଆ ନଦୀର ସ୍ଥାୟୀ ପ୍ରତିକାର କରାଯାଉ l ଏହା ଯଦି ପନ୍ଦର ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କମିଟି ପକ୍ଷରୁ ବିରାଟ ଜନଆନ୍ଦୋଳନ ର ଡାକରା ଦିଆଯାଇ ରାଜରାସ୍ତାକୁ ବନ୍ଦ କରିଦିଆଯିବ ବୋଲି କମିଟିର ଆବାହକ ବିହାରୀବନ୍ଧୁ ପଲାଇ ଧମକ ଦେଇଛନ୍ତି l