ଦୀର୍ଘ 15 ବର୍ଷ ବ୍ୟବଧାନ ପରେ ଏଗାର ନମ୍ବର ଜୋନ ରେ ବିଜେପି ବିଜୟୀ ହେଲା
![](https://teerthkhetra.com/wp-content/uploads/2023/05/Screenshot_2023-05-05-17-52-46-89.jpg)
ଗୋପ :- 04/05/ 2023 ପୁରୀ ଜିଲ୍ଲାର ନିମାପଡା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ ଅଧିନସ୍ଥ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ର ବହୁଚର୍ଚ୍ଚିତ ଉପନିର୍ବାଚନ ରେ ବିଜେପି ଦଳ 176 ଖଣ୍ଡ ଭୋଟ ରେ ବିଜୟ ଲାଭ କରିଛି l ଗତ 2 ତାରିଖ ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା l ୯ ଟି ପଞ୍ଚାୟତ କୁ ନେଇ ଏଗାର ନମ୍ବର ଜିଲ୍ଲାପରିଷଦ ଜୋନ ଗଠିତ ହୋଇଥିଲା l
![](https://teerthkhetra.com/wp-content/uploads/2023/05/Screenshot_2023-05-05-17-52-16-47.jpg)
ଭୋଟର ଙ୍କ ସଂଖ୍ୟା 36233 ଥିବା ସ୍ଥଳେ ମତଦାନ ସାବ୍ୟସ୍ତ କରିଥିଲେ 23945 ଜଣ ଭୋଟର ଟଙ୍କାର ମତଦାନ ସାବ୍ୟସ୍ତ କରିଥିଲେ l ସେଥିମଧ୍ୟରୁ ନାକଚ ହୋଇଥିଲା 293 ଖଣ୍ଡ ଭୋଟ l ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ପ୍ରମୋଦ କୁମାର ରାୟ ସର୍ବାଧିକ 11240 ଭୋଟ ପାଇଁ ବିଜୟୀ ହୋଇଥିଲେ l
![](https://teerthkhetra.com/wp-content/uploads/2023/05/Screenshot_2023-05-05-17-52-31-22.jpg)
ବିଜୁ ଜନତା ଦଳ ର ସମର୍ଥିତ ପ୍ରାର୍ଥୀ ଭାଗିରଥି ସେନାପତି ଙ୍କୁ 11064 ଭୋଟ ପାଇଁ ଦୂତୀୟ ସ୍ଥାନ ଅଧିକାର କରିଥିଲେ l ତୃତୀୟ ସ୍ଥାନରେ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ପ୍ରତାପ ପ୍ରଧାନ 1024 ଖଣ୍ଡ ଭୋଟ ପାଇଥିଲେ l ଦୀର୍ଘ 15 ବର୍ଷ ଧରୀ ବିଜୁ ଜନତା ଦଳର ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ନେତୃତ୍ୱରେ ଶାସକ ଦଳର ପ୍ରାର୍ଥୀ ଉକ୍ତ ଜୋନ ର ପ୍ରାର୍ଥୀ ବିଜୟୀ ହୋଇଥିବା ସ୍ଥଳେ ଚଳିତ ଉପନିର୍ବାଚନ ରେ ଶାସକ ଦଳର ପ୍ରାର୍ଥୀ ପରାଜୟ ହୋଇଥିଲେ l ପ୍ରମୋଦ ରାୟ ଗଣମାଧ୍ୟମ କୁ ସାକ୍ଷାତକାର ରେ କହିଥିଲେ ଯେ ଦଳ ନିର୍ବିଶେଷରେ ମୁଁ ସମସ୍ତି ଙ୍କ ପାଇଁ କାର୍ଯ୍ୟ କରିବି l ଆଗାମୀ ସାଧାରଣ ନିର୍ବାଚନ ରେ ବିଜେପି ଦଳ ନିଶ୍ଚୟ ଓଡିଶା ରେ ସରକାର ଗଡିବ ।