“ସମର୍ପଣ ଚାରିଟେବୁଲ ଟ୍ରଷ୍ଟ”ତରଫରୁ କିନ୍ନରମାନଙ୍କୁ ରାସନ୍ ସାମଗ୍ରୀ ବିତରଣ

ସମାଜରେ ପୁରୁଷ ଓ ନାରୀମାନଙ୍କ ଭଳି ଆଉ ଏକ ଅଂଶ ହେଉଛନ୍ତି ତୃତୀୟ ଲିଙ୍ଗ ଅର୍ଥାତ୍ କିନ୍ନର। ସେମାନଙ୍କୁ ସମାଜ କେବେ ଗ୍ରହଣ କରେନି କି ନା ବାପା ନା ମାଆ କେହି ବି ନଥାନ୍ତି ଆହା ପଦେ କହିବାକୁ। ସେମାନେ ଘର ଭଡ଼ା କରି ରହି ଓ ଭିକ ମାଗି କିମ୍ବା ଅନ୍ୟ କିଛି କାର୍ଯ୍ୟ କରି ନିଜ ଜୀବନ ଅତିବାହିତ କରନ୍ତି। କିନ୍ତୁ କରୋନା ମହାମାରୀର ଲକ୍ ଡାଉନ୍, ସଟ୍ ଡାଉନ୍ ତାଙ୍କ୍ ପାଇ ସାଜିଛି ଦୁଃଖ, ଜୀବନ ହୋଇଯାଇଛି ଦୁର୍ବିସହ। ଏହି ମହାମାରୀ ସମୟରେ କିନ୍ନର ସମାଜ କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ସମର୍ପଣ ଚାରିଟେବୁଲ ଟ୍ରଷ୍ଟ” ଅନୁଷ୍ଠାନ ତରଫରୁ ପ୍ରାୟ ୪୦ ଜଣ କିନ୍ନର ମାନଙ୍କୁ ପ୍ରାୟ ୧୫ ଦିନର ରାସନ୍ ସାମଗ୍ରୀ ସିଟି ରୋଡ ସ୍ଥିତ ଶ୍ରୀଧାମ ପରିସରରେ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭେନ୍ଦୁ କୁମାର ମହାନ୍ତି ଓ ସମାଜସେବୀ ସଂଘମିତ୍ରା ମହାନ୍ତି ସହଯୋଗ କରିଥିଲେ। ଅନୁଷ୍ଠାନର ସଦସ୍ୟ ଅରୁଣ ମହାନ୍ତି, ସତ୍ୟନାରାୟଣ ସାହୁ, ଦେବରାଜ ଦାସ,ଶ୍ରୀନିବାସ ପାତ୍ର ଏବଂ ସୁଚିଶ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।