ବି.ଜେ.ଡି.ରେ ମିଶ୍ରଣ ପର୍ବ

ପୁରୀ:ତା ୧୦/୦୭- ଶନିବାର ଦିନ ୧୧ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କ ବିକାଶ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ କପିଳେଶ୍ୱରପୁର ପଞ୍ଚାୟତର ଶ୍ରୀ ବାବୁ ସ୍ଵାଇଁ,ଗାଣ୍ଡୁ ତ୍ରିପାଠୀ,ଅଖାରି ନାୟକ,ରଘୁନାଥ ପ୍ରଧାନ ଓ ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପି ଦଳ ପରିତ୍ୟାଗ କରି ବାବା ମୁକ୍ତେଶ୍ଵର ଦେବ ନରସିଂହ ପାଟଣା ଠାରେ ଉପସ୍ଥିତ ରହି ଆନୁଷ୍ଠାନକ ଭାବରେ ବିଜୁ ଜନତା ଦଳକୁ ଘରବାହୁଡା କରିଛନ୍ତି। ଏହିଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉପସ୍ଥିତ ରହି ମିଶ୍ରଣ ପର୍ବର ନେତୃତ୍ୱ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଜୁ ଜନତା ଦଳର ଉପସଭାପତି ସୁର ପ୍ରସାଦ ମହାନ୍ତି, ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ,ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା,ବ୍ରହ୍ମଗିରି ପଞ୍ଚାୟତ ସମିତି ସଭ୍ୟ ଯୁଧିଷ୍ଠିର ନାୟକ,ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, କପିଳେଶ୍ୱର ପୁର ପଞ୍ଚାୟତର ସରପଞ୍ଚ ଲଲାଟେନ୍ଦୁ ମହାନ୍ତି ଓ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।