ଗୋଟିଏ ରାତିରେ ଗୁଳିକରି ଖସାଇଛୁ ୩୫ ରୁଷିଆ ଡ୍ରୋନ: ୟୁକ୍ରେନ ସୈନ୍ୟ

କିଭ୍‌,୮।୫ : ରୁଷିଆ ଯୂଦ୍ଧଖୋର ମନୋବୃତ୍ତି ୟୁକ୍ରେନକୁ ଧ୍ୱଂସସ୍ତୁପରେ ପରିଣତ କରିଛି। ରୁଷଆ ଅପେକ୍ଷା ସାମରିକ ଶକ୍ତି ଦୃଷ୍ଟିରୁ ବହୁତ ଦୁର୍ବଳ ଦେଶ ହୋଇଥିଲେ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ହାର ମାନି ନାହାନ୍ତି। ସେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନଙ୍କ କଡ଼ା ମୁକାବିଲା କରୁଛନ୍ତି। ଇରାନ ରୁଷିଆକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଅପରପକ୍ଷରେ ନାଟୋ ପକ୍ଷରୁ ୟୁକ୍ରେନ୍‌କୁ ସମର୍ଥନ ଜାରି ରହିଛି।

ଏହି ସମୟ ମଧ୍ୟରେ ପୁଣି ଥରେ ରୁଷିଆ ଆକ୍ରମଣକୁ ଜୋରଦାର କରୁଥିବା ଖବର ଆସିଛି। ତେବେ ୟୁକ୍ରେନ ସୈନ୍ୟ ଦାବି କରିଛନ୍ତି , ସେମାନେ ଗୋଟିଏ ରାତିରେ ଇରାନ ଦ୍ୱାରା ର୍ନିମିତ ତଥା ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ ବ୍ୟବହୃତ ୩୫ଟି ଡ୍ରୋନକୁ ଗୁଳିକରି ଖସାଇ ଦେଇଛନ୍ତି। ଏହି ଡ୍ରୋନ ଦ୍ୱାରା ରୁଷିଆ ୟୁକ୍ରେନର ବିଭିନ୍ନ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା।

ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍ଙଙ୍କ ଅନୁଯାୟୀ, ରୁଷିଆ ଖାର୍କିଭ, ଖେରସନ, ମାଇକୋଲାଇଭ ଏବଂ ଓଡେସା ଭଳି ଅଞ୍ଚଳର ବିଭିନ୍ନ ସହର ଉପରେ ଆକ୍ରମଣ କରିଥିଲା।ରବିବାର ରାତିରେ ପ୍ରାୟ ୧୬ ଟି ମିଜାଇଲ ଷ୍ଟ୍ରାଇକ ହୋଇଥିଲା। କିଛି ଦିନ ମଧ୍ୟରେ, ୟୁକ୍ରେନ ଉପରେ ୬୧ଟି ଏୟାର ଷ୍ଟ୍ରାଇକ ଏବଂ ୫୨ ଥର ଆକ୍ରମଣ ହୋଇଥିଲା।

Leave a Reply

Your email address will not be published. Required fields are marked *