ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷ ରୋପଣ କଲେ ମନ୍ତ୍ରୀ ଅରୁଣ

ନୟାଗଡ଼ ୧୧/୦୭ -“ଗଛ ଆମ ସଭିଙ୍କ ପାଇଁ – ଗଛ ବିନା ବଞ୍ଚିବା ନାହିଁ “। ଏହି ଉକ୍ତିକୁ ସାର୍ଥକ କରିବା ପାଇଁ ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ଵ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧକ୍ଷ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବନମହୋତ୍ସବ ସପ୍ତାହର ପ୍ରଥମ ଦିବସରୁ ଆଜି ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର ଏହି ଗଛଲଗା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଯୋଗଦେଇ ଦୁଇଟି ଆମ୍ବ ଚାରା ରୋପଣ କରିଥିଲେ । ଗଛ ଗୁଡିକର ନିରାପଦ ସଂରକ୍ଷଣ ପାଇଁ ବିଦ୍ୟାଳୟର ବିସ୍ତୃତ ପରିସର କଣ୍ଟା ତାର ବାଡ ଦ୍ଵାରା ଆବଦ୍ଧ ହୋଇଥିବାରୁ ମୁଖ୍ୟଅତିଥି ମହୋଦୟ ଖୁସି ବ୍ୟକ୍ତ କରିଥିଲେ।

ଏହି ଅବସରରେ,କଦଳୀ,ବେଲ,ସଜନା,ଡାଳିମ୍ବ,ପଣସ ଆଦି ବିଭିନ୍ନ ଗଛଗୁଡିଏ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ର, ଅନାଦି ଚରଣ ମହାନ୍ତି, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ନଗରପାଳ ତଥା ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା,ପ୍ରସନ୍ନ କୁମାର ବସନ୍ତିଆ,ବିଦ୍ୟାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ,ପ୍ରଦୀପ କୁମାର ସାହୁ,ପ୍ରଫୁଲ୍ଲ କୁମାର ନାୟକ, ନୟାଗଡ଼ ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ,ଗାୟତ୍ରୀ ମହାପାତ୍ର,ଅବିନାଶ ସାହୁ, ରାଜକିଶୋର ଦଳେଇ,ପ୍ରାକ୍ତନ ଛାତ୍ର ଜଗତ କଲ୍ୟାଣ କାଶ୍ୟପଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *