ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଛୁଟିରେ ଗଲେ ପୁରୀ ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳ


ରାୟଗଡା,୦୮/୦୫- ଚର୍ଚ୍ଚାରେ ଓଡ଼ିଶା କ୍ୟାଡ଼ର ଆଇ ଏ ଏସ ଅଧିକାରୀଙ୍କ ଛାଡପତ୍ର ଏବଂ ଦ୍ଵିତୀୟ ବିବାହ । ରାୟଗଡା ଜିଲ୍ଲାର ଜିଲ୍ଲାପାଳ ସ୍ଵାଧା ଦେବ ସିଂ ଓ ପୁରୀ ଜିଲ୍ଲାର ଜିଲ୍ଲାପାଳ ସମର୍ଥ ବର୍ମା ଉଭୟେ ଦ୍ୱିତୀୟ ଥର ପାଇଁ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଛୁଟିରେ ଯାଇଥିବା ଜଣା ପଡ଼ିଛି । ପୁରୀ ଜିଲ୍ଲାର ଜିଲ୍ଲାପାଳ ୦୬-୦୫-୨୩ରୁ ଛୁଟିରେ ଯାଇଥିବା ବେଳେ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ୦୭-୦୫-୨୩ ରୁ ଛୁଟିରେ ଯାଇଥିବା ଜଣାପଡିଛି । ସମର୍ଥ ବର୍ମା ପୂର୍ବରୁ ରେଳବାଇ ଅଧିକାରୀ ସୂଚୀ ସିଂଙ୍କୁ ବିବାହ କରିଥଲେ କିନ୍ତୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଥିବା ସମୟରେ ପରସ୍ପର ସହିତ ମନ ମାଳିନ ହେବାରୁ ପରସ୍ପର ଠାରୁ ଦୂରେଇ ଯାଇଥିଲେ । ସୂଚୀ ସିଂ ଜଣେ ଝାଡ଼ଖଣ୍ଡ ଆଇ ଏସ ଅଧିକାରୀଙ୍କୁ ବିବାହ କରିସାରିଛନ୍ତି । ସେହିପରି ରାୟଗଡା ଜିଲ୍ଲାପାଳ ବଲାଙ୍ଗୀର ଜିଲ୍ଲାପାଳଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ, କୌଣସି କାରଣରୁ ନିଜ ନିଜ ମଧ୍ୟରେ ମନ ମଳିନ ହେବାରୁ ଉଭୟ ଅଲଗା ହୋଇ ଯାଇଥିଲେ । ବଲାଙ୍ଗୀର ଜିଲ୍ଲା ପାଳ ଚଞ୍ଚଳ ରାଣା ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିସାରିଛନ୍ତି । ଏବେ ପୁରୀ ଜିଲ୍ଲାର ଜିଲ୍ଲାପାଳ ସମର୍ଥ ବର୍ମା ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ନିଜ ବାସ ଭବନରେ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ସ୍ୱାଧା ଦେବ ସିଂଙ୍କୁ ବିବାହ କରୁଥିବା ଜଣା ପଡିଛି ।

ରିପୋର୍ଟ- ନୀଳାମ୍ବର ମିଶ୍ର, ରାୟଗଡା।

Leave a Reply

Your email address will not be published. Required fields are marked *