ଥରିଲା ଆଫଗାନିସ୍ତାନ

କାବୁଲ, ୯।୫: ଆଫଗାନିସ୍ତାନର ଫୌଜାବାଦରେ କିଛିଦିନ ହେବ ଲଗାତାର ଭାବେ ଭୂକମ୍ପର ଝଟକା ଅନୁଭୂତ ହେଉଛି। ମଙ୍ଗଳବାର ଭୋର ସମୟରେ ଏଠାରେ ପୁଣିଥରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ନାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ)ଏକ ଟୁଇଟ କରି ଏହି ସୂଚନା ଦେଇଛି।
ଏନସିଏସ କହିଛି କି ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୩ ମପା ଯାଇଛି। ଏଜେନ୍ସି କହିଛି ମଙ୍ଗଳବାର ଆଫଗାନିସ୍ତାନର ଫୌଜାବାଦର ୧୧୬ କିଲୋମିଟର ଦକ୍ଷିଣ ପୂର୍ବରେ ଏହି ଭୂକମ୍ପ ଆସିଛି। ସୂଚନା ମୁତାବକ, ଭୂକମ୍ପର ଝଟକା ମଙ୍ଗଳବାର ଭୋର ୩ଟା ୨୩ରେ ଅନୁଭୂତ ହୋଇଥିଲା। ଏହା ୧୨୦ କିଲୋମିଟର ଗଭିରତାରୁ ଆସିଥିଲା। କୁହାଯାଉଛି କି ଭୂକମ୍ପ ଦ୍ୱାରା କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ।

Leave a Reply

Your email address will not be published. Required fields are marked *