ଆନନ୍ଦ ମାର୍ଗ ତରଫରୁ ରିଲିଫ ବଣ୍ଟନ
ଭଦ୍ରକ:୧୧/୭- କଲେଇ ପଞ୍ଚାୟତ , ମା କ୍ଷେତ୍ରବାସୀ ମା ସପ୍ନେଶ୍ୱରୀଙ୍କ ପୀଠରେ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ରାୟ ,କାହ୍ନୁଚରଣ ସାହୁ ଓ ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା ରିଲିଫ ବଣ୍ଟନ କରାଯାଇଥିଲା । ଏଥିରେ ଶିକ୍ଷକ ନେତା ବାବୁଲା ରାଉତ ,ସମାଜ ସେବି ନିତ୍ୟାନନ୍ଦ ବେହେରା , କିରଣ ଜେନା , ସୁବାଷ ନାୟକ , ଆଶିଷ ରାଉତ୍, ମାଗୁଣି ଚରଣ ମଲ୍ଲିକ , ରାଜେଦ୍ର ଦାସ , କୃଷ୍ଣଚନ୍ଦ୍ର ବେହେରାଙ୍କ ସହଯୋଗରେ ଦାରିଦ୍ର ସୀମାରେଖା ତଳେ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା । ୨୦୦ ରୁ ଅଧିକ ଗରିବ ପରିବାରଙ୍କୁ ରିଲିଫ୍ ବଣ୍ଟନ କରାଯାଇଥିଲା ।