ଶନିବାର ରାଘବ- ପରିଣୀତିଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ,୯।୫: ଆମ ଆଦମୀ ପାର୍ଟି (ଏଏପି) ନେତା ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ମେ’୧୩ରେ ହେବ ବୋଲି ଜଣାଯାଇଛି। ସୂଚନାନୁସାରେ, ଏହି ସମାରୋହ ଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ୧୫୦ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ବିବାହର ତାରିଖ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଏହା ଚଳିତ ବର୍ଷ ଶେଷରେ ହେବ ବୋଲି ଆଶା କରାଯାଉଛି।

ରାଘବ ଏବଂ ପରିଣୀତି ଅନେକ ଥର ଏକାଠି ନଜର ଆସିଛନ୍ତି, ନିକଟରେ ଉଭୟ ଏକ ଆଇପିଏଲ ମ୍ୟାଚରେ ଏକାଠି ହୋଇଥିଲେ। ରବିବାର ସାରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଅବସରରେ ପରିଣୀତିଙ୍କ ଭାଇ ଶିବଙ୍ଗ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *