127 B.N ବାଟାଲିୟନ ସିଆରପିଏଫ୍ ଯବାନଙ୍କ ଅକାଳ ବିୟୋଗ ଇଲେକ୍ଟ୍ରିକ୍ ସକ୍ ରେ ମୃତ୍ୟୁ ସୂଚନା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଭଣ୍ଡରଙ୍ଗି 127 ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ଅଘଟଣ । ଇଲେକ୍ଟ୍ରିକ୍ ସକ୍ ରେ ଯବାନଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ମୃତକ ଯାଜପୁର ଜିଲ୍ଲାର ବାଲିଚାନ୍ଦପୁର ଥାନା ବଡ଼ ବାଲିକୁଦା ଅଞ୍ଚଳର ତୁଷାରକାନ୍ତ ଦାସ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ମାଓପ୍ରବଣ ଅଞ୍ଚଳ ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଭଣ୍ଡରଙ୍ଗି ଗ୍ରାମରେ କିଛି ମାସ ପୂର୍ବରୁ ସିଆରପିଏଫ୍ ପକ୍ଷରୁ ଏକ ନୂତନ କ୍ୟାମ୍ପ ସ୍ଥାପନ କରାଯାଇଛି । ସେଠାରେ ତୁଷାରକାନ୍ତ ମୁତୟନ ଥିବା ବେଳେ କୌଣସି ଇଲେକ୍ଟ୍ରି କାମ କରୁଥିବା ବେଳେ ଅସାବଧାନତା କାରଣରୁ ଇଲେକ୍ଟ୍ରିକ୍ ସକ୍ ରେ ଗୁରୁତର ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ଖବରପାଇ ଉପରିସ୍ଥ ଅଧିକାରୀ ଓ ସହକାରୀ ତୁଷାରକାନ୍ତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ

। ଡ଼ାକ୍ତରଖାନାରେ ଡାକ୍ତର ତୁଷାରକାନ୍ତଙ୍କୁ ମୃତ ଘୋଷଣା କରିଥିବା ସିଆରପିଏଫ୍ ପକ୍ଷରୁ ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ କମାଣ୍ଡାଣ୍ଟ ଆନନ୍ଦ ଝା ଏବଂ ବାଲିଗୁଡା ଆରକ୍ଷୀ ଅଧିକାରୀ ରୋହିତ ବର୍ମା ସମେତ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ମୃତ ଯବାନଙ୍କ ମର ଶରୀରକୁ ତାଙ୍କ ଗାଁ କୁ ପଠାଇଥିବା ଜଣାପଡ଼ିଛି ।