କୋଲନରା ବ୍ଲକ ସାମନାରେ ଦୁଇ ବାଇକ୍ ଆରୋହୀ ପରସ୍ପର ଗାଡ଼ିଧକ୍କାରେ ଗୁରୁତର

କୋଲନରା,୦୯/୦୫/୨୩- ପରସ୍ପର ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ପରସ୍ପରକୁ କୋଲନରା ବ୍ଲକ ସାମନାରେ ଧକ୍କା ଦେବା ଫଳରେ କୁଲି ଗୁଡା ଗ୍ରାମର ଦିଲୀପ ଓ ପିଣ୍ଡା ପଦର ଗ୍ରାମର ଅଭି ଆହତ ହୋଇଛନ୍ତି ।ଖୁବ୍ ନିକଟରେ ଥିବା କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଅଭାବରୁ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ବିଳମ୍ବିତ ହେଉଥିବା ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବହେଳା ପାଇଁ ଆହାତ ବ୍ୟକ୍ତିଙ୍କ ଅଵସ୍ଥା ଆହୁରି ଶୋଚନୀୟ ହେବାରେ ଲାଗିଛି ।