ଆଜି ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ୫,୫୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ: ଆଜି ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ୫,୫୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁସାରେ, ସକାଳ ପ୍ରାୟ ୧୧ ଟା ସମୟରେ ନାଥଦ୍ଵାରର ଶ୍ରୀନାଥଜୀ ମନ୍ଦିର ପରିଦର୍ଶନ କରିବେ। ସେହିପରି ପ୍ରଧାନମନ୍ତ୍ରୀ ସକାଳ ୧୧ଟା ୪୫ରେ ନାଥଦ୍ଵାରରେ ଅନେକ ବିକାଶମୂଳକ କାର୍ଯ୍ୟର ମୂଳଦୁଆ ପକାଇବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଅପରାହ୍ନ ୩ଟା ୧୫ରେ ଆବୁ ରୋଡରେ ଅବସ୍ଥିତ ବ୍ରହ୍ମା କୁମାରୀଙ୍କ ଶାନ୍ତି କମ୍ପ୍ଲେକ୍ସ ପରିଦର୍ଶନ କରିବେ। ଏହି ସମୟରେ ସେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ କରିବେ।

Leave a Reply

Your email address will not be published. Required fields are marked *