ବନମହୋତ୍ସବ ସପ୍ତାହ ପାଳିତ।

ବନମହୋତ୍ସବ ସପ୍ତାହ ପାଳନ ଅବସରରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ତରଫରୁ ବନମହୋତ୍ସବ ପାଳିତ। ରେଞ୍ଜର ଜିରିଡାମାଳିର କେନାଲ ନିକଟରେ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଢେଙ୍କାନାଳ ଡିଏଫଓ ଏବଂ ରେଞ୍ଜର ସମେତ ରେଞ୍ଜର ସମସ୍ତ କର୍ମଚାରୀ ଉପସ୍ଥିତ ଥାଲେ। ଗଛ ଗୁଡିକ ଲଗାଇ ଦେଲେ ହେବନି, ଏହି ଗଛ ଗୁଡିର ରକ୍ଷଣବେକ୍ଷଣ ଦାଇତ୍ବ ନେଇ କିପରି ଗଛ ଗୁଡିକ ବଢିପାରିବ ସେ ନେଇ ବ୍ୟବସ୍ଥା କରିବାପାଇଁ କହିଛନ୍ତି ମନ୍ତ୍ରୀ। ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ବ୍ୟାପକ ବନିକରଣ କରାଯିବ। ଏବଂ ଏହିଠାରେ ୭୨୦୦ ଗଛ ବନିକରଣ କରାଯିବାର ସୁଚନା ଦେଇଛନ୍ତି ଡିଏଫଓ।