୧୪୪ ଧାରା ଜାରି, ଇଣ୍ଟରନେଟ୍‌ ସେବା ବନ୍ଦ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ତାଙ୍କ ସମର୍ଥକମାନେ ବିଭିନ୍ନ ସହରରେ ବିକ୍ଷେପ ପ୍ରଦର୍ଶନ କରିଛନ୍ତି। ଇମ୍ରାନଙ୍କୁ ଗିରଫ କରାଯିବା ପରେ ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି କରାଯାଇଛି। ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଯାଇଛି । ଏହା ବ୍ୟତୀତ ବୁଧବାର ସ୍କୁଲଗୁଡିକ ମଧ୍ୟ ବନ୍ଦ ରହିଛି। ତେବେ, ଇସଲାମାବାଦରେ ଏ ପର୍ଯ୍ୟନ୍ତ କୌଣସି ହିଂସା ଘଟି ନ ଥିବା ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *