କଦଳୀଗୁଡ଼ା ଗାଁରେ ବିଜୁଳୀ ପଡି +୨ଛାତ୍ରୀର ମୃତ୍ୟୁ

ରାୟଗଡା, ୧୦/୦୫- ରାୟଗଡା ବ୍ଳକ ଅନ୍ତର୍ଗତ ମାଳି ଗାଁ ପଞ୍ଚାୟତର କଦଳୀଗୁଡା ଗ୍ରାମର ଅଦାବଂଶ ସଞ୍ଜୁ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ବର୍ଷା ସହ ଚଡଚଡ଼ି ମାରିଥିଲା । ବିଜୁଳୀ ଓ ଚଡଚଡି ଆଘାତରେ ଅଦାବଂଶ ସଞ୍ଜୁ ଙ୍କର ଆଜିମୃତ୍ୟୁ ଘଟିଛି ।ସେ କୁମୁଟିପେଣ୍ଠ ସ୍ଥିତ ଶ୍ରୀ ଉଗ୍ରତାରା କନିଷ୍ଠ ମହବିଦ୍ୟାଳୟରେ+୨ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସରକାରୀ ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ପରିବାର ଲୋକେ ନିଜ ଖର୍ଚ୍ଚରେ ଜିଲ୍ଲା ସଦର ମହକୁମା ଡାକ୍ତର ଖାନକୁ ଶବ ବ୍ୟବଚ୍ଛେଦ ପାଇଁ ନେଇଥିବା ଜଣା ପଡ଼ିଛି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ପକ୍ଷରୁ ମାଳି ଗାଁ ରାଜସ୍ୱ ନିରୀକ୍ଷକଙ୍କୁ ବଜ୍ରପାତ ଜନିତ ମୃତ୍ୟୁ ବିଷୟରେ ଜଣେଇ ଦିଆଯାଇଛି ।