ବୃହତ ପାନୀୟ ଜଳ ଯୋଗାଣର ଭୂମି ପୂଜନ । ଉପକୃତ ହେବେ ୮୦ ହଜାର ଲୋକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ଅନ୍ତର୍ଗତ କମଗରା ଗ୍ରାମର ବ୍ରାହ୍ମଣୀ ନଦୀ କୂଳରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମି ପୂଜନ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଦେଇଥିଲେ ଓ ଅନ୍ୟାନ୍ୟ ଅତିଥି ଭାବେ ,ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତନ୍ମୟ ଦରୱାନ,ସ୍ଥାନୀୟ ବିଡିଓ ,ବ୍ଲକ ଅଧକ୍ଷ ଓ ଲୋକ ପ୍ରତିନିଧି ମାନେ ଯୋଗ ଦେଇ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି । ୧୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ଏହି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ।

ଯାହା ଦ୍ୱାରା କାମାକ୍ଷାନଗର ବ୍ଲକର ୧୩ ଗୋଟି ଏବଂ ପରଜଙ୍ଗ ବ୍ଲକର ୩ ଗୋଟି ପଞ୍ଚାୟତର ଲୋକମାନେ ଉପକୃତ ହୋଇପାରିବେ । ପ୍ରାୟ ୮୦ ହଜାରରୁ ଅଧିକ ସଂଖ୍ୟକ ଲୋକ ଏହି ମେଗା ପ୍ରୋଜେକ୍ଟ ମାଧ୍ୟମରେ ଉପକୃତ ହେବେ । ପ୍ରକଳ୍ପ କାର୍ଯ୍ୟକୁ ଲକ୍ଷ୍ମୀ ସିଭିଲ ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଟେଣ୍ଡର ନେଇଛି । ଯାହା ଆଗାମୀ ୨୦୨୪ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି RWSS ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *