ଟୋକିଓ,୧୧ା୫: ଗୁରୁବାର ଜାପାନର ରାଜଧାନୀ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିଲା। ଏହି ଭୂକମ୍ପର କେନ୍ଦ୍ର ଟୋକିଓର ଦକ୍ଷିଣ ପୂର୍ବର ଚିବା ପ୍ରିଫେକ୍ଟରରେ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ସୁନାମିକୁ ନେଇ କୌଣସି ସତର୍କ ସୂଚନା ଦିଆଯାଇନାହିଁ।

ଜାପାନ ବିଶ୍ୱର ସବୁଠୁ ଭୂକମ୍ପ ପ୍ରବଣ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୧୧ରେ ଏକ ବଡ଼ ଭୂକମ୍ପ ଏବଂ ପରବର୍ତ୍ତୀ ସମୟରେ ସୁନାମି ଆସି ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ଭୂକମ୍ପରେ ଫୁକୁସିମା ଆଣବିକ କାରଖାନା ଧ୍ୱଂସ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *