୧୨ରେ ବହୁଚର୍ଚ୍ଚିତ ଆଦାନୀ-ହିଣ୍ଡେନ୍‌ବର୍ଗ ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ,୧୧ା୫: ବହୁଚର୍ଚ୍ଚିତ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ୧୨ ତାରିଖରେ ହେବ। ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମୂଲ୍ୟରେ ଜାଲିଆତି କରିଥିବା ଏବଂ ନିୟାମକ ନିକଟରେ ତଥ୍ୟ ଉପସ୍ଥାପନ ନିୟମ ଉଲ୍ଲଂଘନ ଅଭିଯୋଗ ଉପରେ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ମାର୍ଚ୍ଚ ୨୨ରେ ସୁପ୍ରିମକୋର୍ଟ ବଜାର ନିୟନ୍ତ୍ରକ ସେବିକୁ ନିର୍ଦ୍ଦେଶ ଦେଇଥିଲେ।

ଆମେରିକାର ଶର୍ଟ ସେଲ୍‌ର ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ଗୌତମ ଅଦାନୀଙ୍କ ସମ୍ପତ୍ତିର ବଜାର ମୂଲ୍ୟ ୧୪୦ ବିଲିୟନ ଡଲାର ହ୍ରାସ ପାଇଛି। ଉକ୍ତ ରିପୋର୍ଟ ପ୍ରକାଶ ପରେ ଭାରତୀୟ ନିବେଶକମାନଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ କରିବାକୁ ସର୍ବୋଚ୍ଚ ଅଦାଲତ ଏକ କମିଟି ଗଠନ କରିଥିଲେ।

Leave a Reply

Your email address will not be published. Required fields are marked *