‘ରାହୁଲଙ୍କ ଆଚରଣ ଦାୟିତ୍ୱହୀନ’

ନୂଆଦିଲ୍ଲୀ,୧୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପୁରୁଷ ହଷ୍ଟେଲର ମୁଖ୍ୟଙ୍କ ଦ୍ୱାରା ନୋଟିସ୍‌ ପଠାଯାଇଛି। ମେ ୫ ଶୁକ୍ରବାର ଦିନ ରାହୁଲ ସୂଚନା ନ ଦେଇ ସେ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ ଏବଂ ସେଠାରେ ଛାତ୍ରମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ହଷ୍ଟେଲ ମୁଖ୍ୟ କହିଛନ୍ତି ଯେ, ଏହିପରି ବିନା ଅନୁମତିରେ ପରିଦର୍ଶନ କରିବା ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ବିପଦ ଆଣିପାରେ।
ହଷ୍ଟେଲ ମୁଖ୍ୟ ନୋଟିସ୍‌ରେ କହିଛନ୍ତି ଯେ, ଜେଡ୍‌-ପ୍ଲସ ସୁରକ୍ଷା ପ୍ରାପ୍ତ ଏବଂ ଏକ ଜାତୀୟ ଦଳର ନେତା ରାହୁଲ ଗାନ୍ଧୀଙ୍କ ଏପରି ଆଚରଣ ତାଙ୍କ ମର୍ଯ୍ୟାଦା ବହିର୍ଭୂତ ଅଟେ। ରାହୁଲଙ୍କୁ ପଠାଯାଇଥିବା ଦୁଇ ପୃଷ୍ଠା ସମ୍ବଳିତ ନୋଟିସ୍‌ରେ କୁହାଯାଇଛି, ଏହଭଳି ଘଟଣା ରାହୁଲଙ୍କ ଦାୟିତ୍ୱହୀନର ପରିଚୟ ଦେଉଛି। ଭବିଷ୍ୟତରେ ଏଭଳି ପଦକ୍ଷେପ ନ ନେବାକୁ ରାହୁଲଙ୍କୁ କୁହାଯାଇଛି।
ଏହି ଘଟଣାକୁ ହଷ୍ଟେଲ ପରିଚାଳନା କମିଟିର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟମାନେ ନିନ୍ଦା କରିଥିଲେ।

Leave a Reply

Your email address will not be published. Required fields are marked *