ଜୁନ ୨ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ଶୁକ୍ରବାର ସିବିଆଇ ମାମଲାର ଶୁଣାଣି କରି ରୌଜ୍‌ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁନ ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହି ସମୟ ମଧ୍ୟରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଏକ ଦିନ ପୂର୍ବରୁ ଆସିଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସିସୋଡିଆ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋଦି ଜୀ ସମ୍ବିଧାନ ପାଳନ କରିବା ଉଚିତ୍‌। ଗୁରୁବାର ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଏଏପି ସରକାର ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି।

Leave a Reply

Your email address will not be published. Required fields are marked *