ଚର୍ଚ୍ଚାରେ ବହୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହନାଥ ଙ୍କ ଚନ୍ଦନ ଯାତ୍ରା

ଫୁଲବାଣୀ୧୧/୦୫/୨୦୨୩-କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିରିଙ୍ଗପଡ଼ା ଠାରେ ୧୯୯୯ ମସିହାଠାରୁ ଅବସ୍ଥାପିତ ହୋଇ ରହିଥିବା ପ୍ରସିଦ୍ଧ ପ୍ରଭୂ ଲକ୍ଷ୍ମୀ ନୃସିଂହନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ଓ ଚନ୍ଦନ ଯାତ୍ରା ୨୪ ବର୍ଷରେ ପଦାର୍ପଣ କରିଛି।ପ୍ରତ୍ୟକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରା ୪ ତାରିଖ ଠାରୁ ଆରମ୍ଭ ହୋଇ ଜାରି ରହିଛି।ହେଲେ ଚଳିତ ବର୍ଷ ଏହି ଯାତ୍ରା ନିଆଁରା ଢଙ୍ଗରେ ଚାଲିଥିବା ଦେଖିବାକୁ ମିଳୁଛି ବୋଲି ସମଗ୍ର ଫୁଲବାଣୀ ସହରେ ଚର୍ଚ୍ଚାର ବିଷୟ ହେଉଛି।ଚାରିଆଡ଼େ ଆଲୋକମୟ ତ୍ୱରଣରେ ସାଜସଜା ହୋଇ ଚମକୁଥିବା ବେଳେ।ପ୍ରତ୍ୟକ ଦିନ ଓଡ଼ିଶାର ନାମିଦାମୀ ସୁନାମଧନ୍ୟ କନିଷ୍ଠ କଳାକାର ଓ ବରିଷ୍ଠ କଳାକାର ମାନଙ୍କ ନୃତ୍ୟ ସଂଗୀତରେ ମନମହୁଛି ଦର୍ଶଙ୍କର ।

ସଂଧ୍ୟାହେଲେ ପ୍ରବଳ ଭିଡ଼ରେ ଅସମ୍ଭାଳ ହେଉଛି।ପ୍ରକାଶ ଯେ ଫୁଲବାଣୀ ରେ ଦୁଇ ବର୍ଷକୁ ଥରେ ପ୍ରସିଦ୍ଧ ମାଁ ନାରାୟଣୀଙ୍କ ଠାକୁରାଣୀ ଯାତ୍ରା ଏକ ମାସ ଧରି ହେଉଥିବା ବେଳେ ପ୍ରକମ୍ପିତ ହେଉଛି ଯେମିତି ଫୁଲବାଣୀ। ସେଭଳି ପ୍ରଭୁ ଲକ୍ଷ୍ମୀ ନୃସିଂହନାଥ ଠାକୁରଙ୍କ ଚନ୍ଦନ ଯାତ୍ରା କେବଳ ଫୁଲବାଣୀ ସହରର ଗୋଟିଏ ସାହି ଜିରିଙ୍ଗପଡ଼ା ବାସୀଙ୍କ ଦ୍ୱାରା ୨୦ ଦିନ ଧରି ହେଉଛି।ହେଲେ ଗାଟିଏ ସହି ଏତେବଡ଼ ଯାତ୍ରା ବହୁ ଜାଖ ଜଖମ ଭାବେ କରୁଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।ଯାତ୍ରା ପରିଚାଳନା କମିଟିର ଇଏ ଏକ ବଳିଷ୍ଠ ଉଦ୍ୟମ ଓ ଚେଷ୍ଟା ବୋଲି କୁହାଯାଉଛି।