ସୌରସହର କୋଣାର୍କ ରେ୧୦ ଲକ୍ଷ ରୁ ଅଧିକ ଟଙ୍କାର ସୌର ବ୍ୟାଟେରୀ ଲୁଟ ,ପୋଲିସ ପକ୍ଷରୁ ଚଢ଼ାଉ ବ୍ୟାଟ୍ରି ଗ୍ୟାଙ୍କ ର ୨ ଜଣକୁ ଉଠାଇନେଲା ପୋଲିସ୍
କୋଣାର୍କ:୧୨/୫ଗୁରୁବାର କୋଣାର୍କ ପୋଲିସ୍ ପକ୍ଷରୁ କୋଣାର୍କରେ ସ୍ଥାପିତ ହୋଇଥିବା ସୌର ଷ୍ଟ୍ରିଟ ଲାଇଟି ଗୁଡିକରେ ଲାଗୁଥିବା ମୂଲ୍ୟବାନ ବ୍ୟାଟେରୀ ଓ ଇଂନଭଟର ଗୁଡିକ କେତେକ ବ୍ୟାଟ୍ରି ଚୋର ଗ୍ୟାଙ୍ଗ ଦ୍ୱାରା ଲକ୍ଷଧିକ ଟଙ୍କାର ଚୋରି ହୋଇ ଯାଇଥିବାକୁ ନେଇ ଓରେଡା ପକ୍ଷରୁ କୋଣାର୍କ ଥାନରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ୍ ପକ୍ଷରୁ କୋଣାର୍କର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ୨ ଜଣକୁ ପୋଲିସି ଉଠାଇଆଣିବା ସହିତ ସେମାନଙ୍କ ଠାରୁ ୨ ଗୋତି ସୌରଚାଳିତ ବ୍ୟାଟ୍ରି ସହିତ ୧ ଟି ଇଂନଭଟର ପୋଲିସ୍ ଉଦ୍ଧାର କରିଥିବା ଜଣା ପଡ଼ିଛି । ୨ ଜଣକ ଯୁବକ କୋଣାର୍କ ଅଂଚଳର ସ୍ଥାନୀୟ ବାସିନ୍ଦା ହୋଇଥିବା ଜଣାପଡିଛି ।ଅଧିକ ତଦନ୍ତ ପାଇଁ ପୋଲିସି ଏହି ଦୁଇଜଣ କୁ ଅଟକ ରଖି ପଚରାଉଚରା କରୁଥିବା ପୋଲିସି ସୂଚନା ଦେଇଛି ।ଅବଶିଷ୍ଟ ବ୍ୟାଟ୍ରି ଗୁଡିକୁ ଖୁବ ଶୀଘ୍ର ଉଦ୍ଧାର କରାଯିବା ସହିତ ସଂଶ୍ଲିଷ୍ଟ ଥୁବା ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାରମଲ୍ଲିକ ପ୍ରକାଶ କରିଛନ୍ତି ।ପୋଲିସ୍ ର ସଫଳତା କୁ ନେଇ ସାଧାରଣ ରେ ପ୍ରଶଂସା କରାଯାଇଛି । ବିଶ୍ୱଐତିହ୍ୟ ସ୍ଥଳୀ କୋଣାର୍କ କୁ ଶତପ୍ରତିଶତ ସୌର ଆଲୋକରେ ଆଲୋକିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସ୍ବପ୍ନକୁ ସାକାର କରିବା ଲକ୍ଷ ନେଇ କେନ୍ଦ୍ର ସରକାର କେନ୍ଦ୍ରୀୟ ଯୋଜନା ଅଧୀନରେ ଏକ ଯୋଜନା ହାତକୁ ନେଇ କୋଣାର୍କ ଏନଏସି ର ମୁଖ୍ୟ ବଜାର ସହିତ ବିଭିନ୍ନ ଚିହ୍ନଟ ଅଂଚଳ ଓ ଚନ୍ଦ୍ରଭଗା ଓ ବିଶେଷ ଭାବେ ବହୁ ପୁରାତନ ଚନ୍ଦ୍ରଭଗା ତୀର୍ଥ ପୁଷ୍କରଣୀ କୁ ସୌର ଆଲୋକରେ ଆଲୋକିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ ଭାବେ “ଓରେଡା” ପକ୍ଷରୁ କୋଣାର୍କ ର ବିଭିନ୍ନ ଜାଗାରେ ୪୦ ଗୋଟି ସୌର ଚାଳିତ ପାନୀୟ ଜଳ କିଓସ୍କୋ ସ୍ଥାପନ
କରାଯାଇଥିବା ସହିତ । କୋଣାର୍କ ର ବିଭିନ୍ନ ଜାଗାରେ ଚିହ୍ନଟ ସ୍ଥାନରେ ୨୦୦ ଟି ରୁ ଉର୍ଦ୍ଧ ସୌର ଚାଳିତ ୪୦ ୱଟ ବଲ ସଂଯୁକ୍ତ ଏଲଇଡ଼ ଷ୍ଟ୍ରଟି ଲାଇଟି ଲଗାଯାଇଛି। ପ୍ରତି ୪ ଗୋଟି ସୌରଚାଳିତ ଷ୍ଟ୍ରିଟ ଲାଇଟି ଖୁଣ୍ଟକୁ ନେଇ ଏକ ୫ ଟିକିଆ ସୌର ପ୍ୟାନେଲ ଥିବା ଏକ ସୌର ଟ୍ରି ପ୍ରତିଷ୍ଠା କରାଯାଇଛି ।ଯାହା ଫଳରେ ରାତିତମାମ ଏହି ସୌର ଟ୍ରି ଷ୍ଟ୍ରିଟ ଲାଇଟି ଗୁଡିକୁ ନିରବିଚ୍ଛିର୍ଣ ଭାବେ ବିଦ୍ୟୁତ ଯୋଗାଇବା ସହିତ ସହରକୁ ଆଲୋକିତ କରିପାରିବ ।ଏହିପରି ସମଗ୍ର କୋଣାର୍କ ରେ ୫୦ ଗୋଟି ସୌର ଟ୍ରି ସ୍ଥାପନ କରାଯାଇ ୨୦୦ ଟି ଷ୍ଟ୍ରିଟଲାଇଟ ଖୁଣ୍ଟ ଲଗାଯାଇ ଆଲୋକିତ କରାଯାଇଛି ।