ଏ ଲଢେଇ ଥିଲା ସରକାର ଓ ବେଦାନ୍ତ ବିରୁଦ୍ଧରେ

ଆମ ଜମି ଆମକୁ ଫେରାଅ ଅଭିଯାନ ରେ ଗଇଣ୍ଡୋଳ ଠାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ଆୟୋଜିତ ସଭାରେ ସଂଘର୍ଷ ସମିତି ର ଆବାହକ ତଥା ପୂର୍ବତନ ବିଧାୟକ ଶ୍ରଯୁକ୍ତ ଉମା ବଲ୍ଲଭ ରଥ ଯୋଗ ଦେଇ କହିଥିଲେ ପୁରୀ -କୋଣାର୍କ ବେଳାଭୂମିରେ ବେଦାନ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ ରେ ମାନ୍ୟବର ସୁପ୍ରିମ କୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି। ବିଗତ ଦିନର ଲଢେଇ କଥା ମନେପକାଇ ଶ୍ରୀ ରଥ କହିଥିଲେ ସେ ଲଢେଇ ରେ ଗଇଣ୍ଡୋଳ ସମେତ ବାଇଶି ମୌଜା ବାସୀଙ୍କ ନିଷ୍ଠା ଓ ଦାୟିତ୍ଵ ବୋଧ ପାଇଁ ଆମେ ଆଜି ଏତେ ବଡ଼ ସଂଗ୍ରାମ ରେ ଜିତିପାରିଚେ । ଦୀର୍ଘ ୧୭ବର୍ଷ ଧରି ଉଭୟ ରାଜରାସ୍ତା ଏବଂ ନ୍ୟାୟୀକ ଲଢେଇ ବାବଦ ରେ ସୂଚନା ଦେଇ ସେ ଆହୁରି କହିଥିଲେ ଗୋଟିଏ ପଟେ ଓଡିଶା ସରକାରଙ୍କ ପ୍ରଶାସନିକ ଦମନ ଲୀଳା ଓ ଧମକ ଚମକ ସାଙ୍ଗକୁ ଅନ୍ୟ ପଟେ କମ୍ପାନୀ ର ଗୁଣ୍ଡାରାଜ ଓ ଆର୍ଥିକ ପ୍ରଲୋଭନ କୁ ଅଞ୍ଚଳ ବାସି ପ୍ରତ୍ୟାଖ୍ୟାନ କରି ସାରା ଭାରତ ବର୍ଷରେ ନୁଆ ଇତିହାସ ସୃଷ୍ଟି କରିଛନ୍ତି। ଅନିଲ ଅଗ୍ରୱାଲ ଫାଉଣ୍ଡେସନ କେବଳ ରାଜ୍ୟ ସରକାରଙ୍କୁ ଭୁଲ ତଥ୍ୟ ଓ ଜାଲ କାଗଜପତ୍ର ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ ଅକ୍ତିଆର କରିବାକୁ ପଛେଇ ନଥିଲା। ଯାହା ଫଳର ଅଞ୍ଚଳ ବାସୀ ଙ୍କ ଧର୍ଯ୍ୟ,ସାହସ, ସଚ୍ଚୋଟତା ଓ ଏକାଗ୍ରତା ପାଇଁ ଏତେବଡ଼ ବିଜୟ ପାଇଛନ୍ତି। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ସମିତି ର ସଭାପତି ଶ୍ରୀଯୁକ୍ତ ଦାମୋଦର ପ୍ରଧାନ , ଦାମୋଦର ନାୟକ, ମଧୁସୂଦନ ରାଉତରାୟ, ପ୍ରଭାକର ସ୍ୱାଇଁ, ବିଷ୍ଣୁ ପ୍ରସାଦ ମିଶ୍ର, ପର୍ଶୁରାମ ପ୍ରଧାନ, ଡମ୍ବୁରୁଧର ପ୍ରଧାନ, ପ୍ରକାଶ ପ୍ରଧାନ, କାଳୁ ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, କୈଳାଶ ସ୍ୱାଇଁ, ଭାସ୍କର ରାଉତରାୟ, ଜମ୍ବେଶ୍ଵର ନାୟକ, ହରପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *