ବନ ବିଭାଗ ପକ୍ଷରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

ବନ ବିଭାଗ ପକ୍ଷରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର ଗଞ୍ଜାମ- ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚିକରଡା ଗ୍ରାମରୁ ଏକ ୧୦ ଫୁଟର ଅଜଗର ସାପକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ମୁତାବକ ଚିକରଡା ଗ୍ରାମ ମୁହଁରେ ବିରାଟକାୟ ସାପଟି ଏକ ବଣ ବିଲୁଆକୁ ଖାଇବା ପାଇଁ ଧରିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସାପକୁ ଦେଖିବା ପାଇଁ ସେଠାରେ ଭିଡ ଜମିବାରୁ ସାପଟି ବିଲୁଆକୁ ନ ଖାଇ ନିକଟରେଥିବା ଏକ ଖଜୁରି ଗଛରେ ଚଢି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବହୁ ପ୍ରୟାସ ପରେ ସାପଟି ଗଛରୁ ତଳକୁ ନ ଖସିବାରୁ ଶେଷରେ ଖଜୁରି ଗଛଟିକୁ କଟା ଯାଇଥିଲେ। ଏହାପରେ ବନ କର୍ମଚାରୀମାନେ ବିରାଟକାୟ ୧୦ ଫୁଟର ସାପଟିକୁ ଉକ୍ତ ସାଥାନରୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ପାରା ବନ କର୍ମଚାରୀ କପିଳେଶ୍ୱର ଦାସ, ଶ୍ରୀକାନ୍ତ ପଢିଆଳି, ରବି ଦାସ, ବୁଦ୍ଧିଆ ସେଠୀ, ନାରାୟଣ ସେଠୀ, ଗଜାନନ ସାମନ୍ତରାୟ ଓ ସ୍ୱାଧିନ ନାୟକ ପ୍ରମୁଖ ସାମିଲ ଥିଲେ। ସେହିପରି ଉଦ୍ଧାର ସାପଟିର ସ୍ୱାସ୍ଥ୍ୟ ପରିକ୍ଷାପରେ ସଂରକ୍ଷିତ ଜଙ୍ଗଳରେ ଛଡା ଯିବ ବୋଲେ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *