ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ ଭେଜିପୁଟ ଠାରେ ୩ ଦିନଧରୀ ୫ କୁଣ୍ଡୀୟ ଯଜ୍ଞ

ଆସିକା:- ଏହି ବ୍ଲକ୍ ଅନ୍ତର୍ଗତ ବଡଖୋଲି ପଂଚାୟତ ର ଭେଜିପୁଟ ଠାରେ ତିନି ଦିନିଆ ୫ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ସକାଳ ୯ଟାରେ କଳଶ ଯାତ୍ରା,୧ଟାରେ ଅନ୍ନ ପ୍ରସାଦ ସେବନ, ସନ୍ଧ୍ୟା ୫ଟାରେଆରତି, ଗାୟତ୍ରୀ ଚାଳିଶା ପାଠ,ଯୁଗ ସଙ୍ଗୀତ ଓ ପ୍ରବଚନ ପରିଶେଷରେ ପ୍ରସାଦ ସେବନ। ଉକ୍ତ କାର୍ଯ୍ୟକ୍ରମକୁ ଆସିକା ଶାଖା ପ୍ରମୁଖ ଶ୍ରୀ ସନାତନ ଜେନା, ଗଞ୍ଜାମ ଜିଲ୍ଲା ମୂଖ୍ୟ ସଂଯୋଜକ ଶ୍ରୀ ତ୍ରୀନାଥ ସେଠୀ, ଯୁବଶକ୍ତି ଗାୟତ୍ରୀ ଟ୍ରଷ୍ଟ କଞ୍ଚୁରୁ ଶାଖା, ଶେରଗଡ଼ ବ୍ଲକ୍ ପ୍ରମୁଖ ଶ୍ରୀ ପ୍ରଶ୍ନ କୁମାର ସାମଲ, ମୂଖ୍ୟ ଆୟୋଜକ କବିରାଜ ବିଶ୍ୱାଳ,ଶରତ କୁମାର ସ୍ବାଇଁ,ଭରତ ନାହାକ, ପ୍ରଫୁଲ୍ଲ କୁମାର ଜେନା (ପ୍ରଧାନ ଶିକ୍ଷକ),ଶିବରାମ ଗଉଡ (ଭୋଜନାଳୟ ପ୍ରମୁଖ) ବୃନ୍ଦାବନ ମାହାନ୍ତି ସମେତ ଏହି ଅଂଚଳ ଓ ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ସହଯୋଗ କ୍ରମେ ଜନ କଲ୍ୟାଣ ଓ ଶ୍ରଦ୍ଧା ସମ୍ବର୍ଦ୍ଧନା ନବଚେତନା ଜାଗରଣ ୫କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ୩ଦିନ ଧରି ଚାଲିବ।ପ୍ରଥମ ଦୀନ ରେ କଳସ ଯାତ୍ରା ଶତାଧିକ ମହିଳା ଯୋଗଦେଇ ଥିଲେ। ଏହି ଶୋଭାଯାତ୍ରାରେ ବୃକ୍ଷ ରୋପଣ,ଶତସାହିତ୍ୟ ଆଲୋଚନା କରିଥିଲେ। ସଂକୀର୍ତ୍ତନ ମାଧ୍ୟମରେ କଳସ ଯାତ୍ରା କରି ଯଜ୍ଞ ସ୍ଥଳରେ ପହଁଚିଥିଲେ। ଆରତୀ, ପ୍ରସାଦ ଓ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା।

ରିପୋର୍ଟ – ରଞ୍ଜନ କୁମାର ରାଉତ,ଆସିକା।

Leave a Reply

Your email address will not be published. Required fields are marked *