ଶିକ୍ଷାବ୍ୟାଗ ପରିବର୍ତେ ଭିକ୍ଷାବ୍ୟାଗ


ସରକାର ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ଲାଗିଛନ୍ତି। ଏଥିନିମନ୍ତେ ବିଦ୍ୟାଳୟକୁ ଆସୁନଥିବା ଓ ଅଧାରୁ ପାଠଛାଡିଥିବା ପିଲାମାନେ କିପରି ନିୟମିତ ବିଦ୍ୟାଳୟକୁ ଆସିବେ ସେଥିପାଇଁମଧ୍ୟ ବ୍ୟବସ୍ଥା କରିଛନ୍ତି। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ସମସ୍ତ ପିଲାମାନକୁଂ ମାଗଣାରେ ପାଠ୍ୟପୁସ୍ତକ,ଵିଦ୍ୟାଳୟୟୁନିଫର୍ମ, ଜୋତା ଓ ମଧ୍ୟାହ୍ନ ଭୋଜନ ଯୋଗାଇ
ଦେଉଥିବାବେଳେ ଏସବୁ ସୁଯୋଗ ଛାଡି କାଂଧରେ ଶିକ୍ଷାବ୍ୟାଗ ପକାଇ ବିଦ୍ୟାଳୟକୁ ଯିବାପରିବର୍ତେ କୋମଳମତି ବୟସରେ ଭିକ୍ଷାବ୍ୟାଗ ପକାଇ ଗାଁକୁ ଗାଁ ବୁଲି ଦୁଆରକୁଦ୍ବାର ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରୁଛନ୍ତି ବିଦ୍ୟାଳୟରେ ନାମ ଲେଖାହୋଇଥିବା ଜନୈକ ଛାତ୍ରୀ।
ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ହଜ ପଂଚାୟତ ଅନ୍ତର୍ଗତ କାଳଚୁଆପାଟଣା ଗ୍ରାମରେ। ଗ୍ରାମଟି
ହେଉଛି ଏକ ଆଦିବାସୀ ଗ୍ରାମ।ଗ୍ରାମ ମଝିରେ ଦକ୍ଷିଣଦିଗରେ ରହିଛି ଗ୍ରାମର ପ୍ରାଥମିକ ବିଦ୍ୟାଳୟ କାଳଚୁଆପାଟଣା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ।ଏଥିରେ ପ୍ରଥମ ଠାରୁ ପଂଚମଶ୍ରେଣୀ ପର୍ଯ୍ୟନ୍ତ ଏହି ଗ୍ରାମର ସମୁଦାୟ ୨୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି।ବିଦ୍ୟାଳୟ ପଛପଟେ ବିଦ୍ୟାଳୟ ପରିସରକୁ ଲାଗି ମାଟିକାନ୍ଥ ତାଳପତ୍ର ଛପରକରି ପତ୍ରକୁଡିଆରେ ରହୁଛନ୍ତି ହାତଗଣତି ମାତ୍ର କେଳା ସଂପ୍ରଦାୟର କିଛି ପରିବାର।ଦୀର୍ଘଦିନ ହେବ ଏମାନେ ବସବାସକରି ଏଠାକାର ଭୋଟପରିଚୟପତ୍ର,ଆଧାରକାର୍ଡଓ ରାସନକାର୍ଡ ପାଇ ଏହାର ଫାଇଦା ହାସଲ କରୁଥିବାବେଳେ ନିଜ ନାଁରେ କୌଣସି ଜମିନଥିବାରୁ ଏମାନେ ସରକାରୀ ଯୋଜନାରେ ଆବାସଖଣ୍ଡିଏ ପାଇବାରୁ ବଂଚିତ ହେଉଛନ୍ତି। ଏମାନକଂ ସ୍ତ୍ରୀ ଓ ପୁରୁଷ ଉଭୟ ଖଜୁରୀଗଛର ଡାଳକୁ ହାଣି ଆଣି ଏଥିରେ ଛାଚୁଣି ଓ ମଶିଣା ତିଆରି କରି ଏହାକୁ ବଜାରରେ ବିକ୍ରିକରି ନିଜ ପରିବାର ପ୍ରତିପୋଷଣ କରୁଥିବାବେଳେ କେତେକ ଅନ୍ୟର ମଜୁରୀଲାଗି ପରିବାର ପ୍ରତିପୋଷଣ କରିଥାନ୍ତି।ଅନ୍ୟ କେତେକ ଦୈନିକ ଭିକ୍ଷାବୃତିକରି ପରିବାର ପ୍ରତିପୋଷଣ କରିଥାନ୍ତି।ଏହି କାର୍ଯ୍ୟରେ ସେମାନେ ବିଦ୍ୟାଳୟରେ ନାମଲେଖାହୋଇଥିବାପିଲାକୁଂ ଵିଦ୍ୟାଳୟକୁ ନଛାଡି ଭିକ୍ଷାମାଗି ପରିବାର ପୋଷିବାରେ ଲଗାଇଦେଇଥାନ୍ତି।ଘରକୁ ଲାଗିଥିବା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨ଜଣ ପିଲାକୁଂ ବିଦ୍ୟାଳୟରେ ପାଠପଢିବା ପରିବର୍ତେ ହଜ ଗାଁଭିତରେ ଦୁଆରକୁଦୁଆର ବୁଲି ବର୍ଷାରେ ଓଦା ହୋଇ କାଂଧରେ ଭିକ୍ଷାବ୍ୟାଗ ଓ ହାତରେ ଭିକ୍ଷାଥାଳଧରି ଭିକ୍ଷା ମାଗିବାର ଦେଖିବାକୁ ମିଳିଥିଲା। ଏ ସଂପର୍କରେ ସେମାନକଂ ଅଭିଭାବକକୁଂ ପଚାରିବାରୁ ଆମେ ସ୍କୁଲକୁ ଯିବାକୁ ପିଲାକୁଂ ଧମକଦେଉଛୁମାଡମଧ୍ୟ ମାରୁଛୁ ସେ ସ୍କୁଲକୁ ନଯାଇ ଲୁଚୁଛନ୍ତି।ଆମେ କଣ କରିବୁ। ଏ ବାବଦରେ ବିଦ୍ୟାଳୟର ପ୍ରଧାନଶିକ୍ଷକକୁଂ
ପଚାରିବାରୁ ବିଦ୍ୟାଳୟକୁ ଲାଗି ସେ ପିଲାମାନକଂ ଘରରହିଛି।ସେମାନକୁଂ ଆମେ ସବୁଦିନ ସ୍କୁଲକୁ ଆସିବାକୁ ଡାକିବାକୁ ଯାଉଛୁ। ତାକଂ ଅଭିଭାବକକୁଂ ମଧ୍ୟ ଜଣାଉଛୁ।ତଥାପି ସେ ପିଲାମାନେ ବିଦ୍ୟାଳୟକୁ ନିୟମିତ ଆସୁନାହାନ୍ତି ବୋଲି ତାକଂ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ହଜପଂଚାୟତ କାଳଚୁଆପାଟଣାଗ୍ରାମରୁ
ଭାଗିରଥି ଦଳସିଂହରାୟକଂ ରିପୋର୍ଟ
ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *