ଟ୍ରେନରୁ ଡେଇଁ ଲୁଟେରାକୁ ମାଡ଼ିବସିଲେ ସାହସୀ ମହିଳା
ଡେଲାଙ୍ଗ ,ବୋଲଗଡ ର ଝିଅ ସୌମ୍ୟା ସିଂ ଗତ କାଲି ଢେଙ୍କାନାଳ ପୁରୀ ପାସେଞ୍ଜର ଟ୍ରେନ ରେ ପୁରୀ ଯାଉଥିବାବେଳେ ହରିପୁର ଠାରେ ଜଣେ ଲୁଟେରା ମହିଳାଙ୍କ ଠାରୁ ଭ୍ୟାନିଟି ଛଡାଇ ନେଇ ଓଲ୍ହାଇ ଯାଇଥିଲା. ମହିଳା ଜଣକ ଲୁଟେରାର ପିଛା କରି ଟ୍ରେନ ରୁ ଓଲ୍ହାଇ କିଛିଦୁରରେ ଲୁଟେରାକୁ ମାଡ଼ିବସିଥିଲେ. ପାଟିକରି ସ୍ଥାନୀୟ ଲୋକଙ୍କୁ ଡାକପକାଇ ଥିଲେ. ଲୋକେ ଲୁଟେରା କୁ କାବୁକରି ନେଇଥିଲେ. ଇତି ମଧ୍ୟରେ ଟ୍ରେନ ଟି ଛାଡିଦେଇଥିଲା. ଟ୍ରେନ ମଧ୍ୟରେ ମହିଳାଙ୍କ ଚାରି ବର୍ଷର ନାବାଳିକା ରହିଯାଇଥିଲା. ଡେଲାଙ୍ଗ ଷ୍ଟେସନ ଠାରେ ନାବାଳିକା କୁ ଉଦ୍ଧାର କରାଯାଇଥିଲା. ଖବରପାଇ ରେଳ ସୁରକ୍ଷା ବାହିନୀପହଂଚି ଲୁଟେରାକୁ ଗିରଫ କରିଥିଲେ. ତା ଠାରୁ ଅପହୃତ ଭ୍ୟାନିଟ ଉଦ୍ଧାର କରାଯାଇଥିଲା. ଲୁଟେରା ଜଣକ ଜଟଣୀ ବୁଢାପଡା ର ପ୍ରମୋଦ ସାହୁ ବୋଲି ଜଣାପଡିଛି. ଜିଆରପି ଲୁଟେରାକୁ ଗିରଫ କରିଛନ୍ତି. ମହିଳାଙ୍କର ସାହାସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି !