ଭଦ୍ରକ ମ୍ୟୁନିସିପାଲଟି ୧୩ନମ୍ବର ୱାର୍ଡର ଜଣେ ବ୍ୟବସାୟୀକୁ ହାଣି କ୍ଷତବିକ୍ଷତ

ଭଦ୍ରକ,୧୫/୭-ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ପୋୖରାଞ୍ଚଳର ୧୩ ନମ୍ବର ୱାର୍ଡ ଅପର୍ତ୍ତବିନ୍ଧା ନିଉ କଲୋନୀ ନିଵାସୀ ଲକ୍ଷ୍ମଣ ମିଶ୍ର ନାମକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଆଜି ରାତିରେ କେହି ଦୁର୍ବୃତ୍ତ କୌଣସି ତୀକ୍ଷ୍ଣଣ ମାରଣାସ୍ତ୍ରରେ ହାଣି ଗୁରୁତର କରିଛି।ତାଙ୍କୁ ଏବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିବାବେଳେ ପୁଲିସର ପ୍ରାଥମିକ ତଦନ୍ତରେ ଏଥିରେ ଜଣେ ବ୍ରାଉନସୁଗର କାରବାର କରୁଥିବା ସ୍ଥାନୀୟ ଯୁବକର ସମ୍ପୃକ୍ତି ଥିବାର ଜାଣିବାକୁ ପାଇଛି।ତେବେ ଏହି ଘଟଣାକୁ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ କାଉନସିଲର ପ୍ରଣୟ ଦାସ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *