ବିଶ୍ୱ ପରିବେଶ ଦିବସରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଆହ୍ୱାନ। ଗଛ ଲଗାଇବା ,ପ୍ଲାଷ୍ଟିକ ହଟେଇବା

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । “ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ” ହେଉଛି ଚଳିତ ବିଶ୍ୱ ପରିବେଶ ଦିବସର ମୁଖ୍ୟ ପ୍ରସଙ୍ଗ । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବନାଞ୍ଚଳ ଅଧିକାରୀ ମାନଙ୍କ ଉପସ୍ଥିତରେ ଉପଜିଲ୍ଲାପାଳଙ୍କ ବାସଭବନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ,ବିଡିଓ ବିକାଶ ମହାନ୍ତି ଯୋଗଦାନ କରିଥିଲେ । ସେହିପରି କାମାକ୍ଷାନଗର ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ରେଞ୍ଜର ବନବିହାରୀ ସର୍ଦ୍ଦାର ଓ ପୂର୍ବାଂଚଳ ଡେ଼ପୁଟି ରେଞ୍ଜର ଅଜିତ ଦଳେଇଙ୍କ ସମେତ ଉଭୟ ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ରେଞ୍ଜର ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରିବେଶକୁ ସୁରକ୍ଷା ଦେବା ସହିତ ବୃକ୍ଷରୋପଣକୁ ଗୁରୁତ୍ୱ ଏବଂ ଏଥିସହିତ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ କରିବାକୁ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ପରେ ବନ କର୍ମଚାରୀ ଓ ଭିଏସଏସ ମେମ୍ବର ମାନଙ୍କୁ ନେଇ କାମାକ୍ଷାନଗର ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *