୯ ବର୍ଷର ନାବାଳିକା ହତ୍ୟା ମାମଲା

ଜଗତସିଂହପୁର ଥାନା ମହାକାଳେଶ୍ୱର ଅଞ୍ଚଳରେ ୨୦୧୪ ମସିହାରେ ୯ ବର୍ଷର ନାବାଳିକା ହତ୍ୟା ମାମଲାରେ ଆସାମୀ ଦିପୁନା ଓରଫ ତପନ ନାଥକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜଗତସିଂହପୁର ଫାଷ୍ଟ ଟ୍ରାକ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି ।ସମ୍ପତି ଲୋଭରେ ସମ୍ପର୍କୀୟଙ୍କ ୯ବର୍ଷର ନାବାଳିକାଙ୍କୁ ନିର୍ମମ ଭାବରେ ହତ୍ୟା କରି ଅଳକା ନଦୀକୁ ଫିଙ୍ଗିଥିଲା ଆସାମୀ ଦିପୁନା ।ଆଜି ୯ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି ।ସୂଚନା ଅନୁସାରେ ସଦର ଥାନା ମହାକାଳେଶ୍ୱର ଅଞ୍ଚଳର ଦିପୁନା ଓରଫ ତପନ ନାଥ ତାଙ୍କର ଜଣେ ସମ୍ପର୍କୀୟଙ୍କ ୯ବର୍ଷର ନାବାଳିକା ଝିଅକୁ କୁରୁକୁରି ଦେବା ବାହାନରେ ସାଇକେଲ ବସାଇ ନଦୀ ଆଡ଼କୁ ନେଇଥିଲା ।ସେଠାରେ ସମ୍ପୃକ୍ତ ନାବଳିକାର ମୁହଁକୁ ଜୋରରେ ଚାପି ଅଣନିଶ୍ୱାସୀ କରି ଅତି ନିର୍ମମ ଭାବରେ ହତ୍ୟା କରିଥିଲା ।ପରେ ଧରା ପଡିଯିବା ଭୟରେ ନାବଳିକାର ମୃତ ଦେହକୁ ଆସାମୀ ତପନ ନାଥ ଅଳକା ନଦୀକୁ ଫିଙ୍ଗି ପଳାଇ ଆସିଥିଲା ।ଘର ଲୋକେ ଖୋଜା ଖୋଜି କରି ନପାଇବା ପରେ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ।ଜଗତସିଂହପୁର ପୋଲିସ କେଶ ନମ୍ବର ୩୫୫/୨୦୧୪ରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଆସମୀ ତପନ ନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଦୀର୍ଘ ୯ବର୍ଷ ପରେ ଆଜି ଜଗତସିଂହପୁର ଫାଷ୍ଟ ଟ୍ରାକ ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆସାମୀ ତପନ ନାଥକୁ ଆଜୀବନ କାରାଦଣ୍ତ ସହିତ ୩୦ ହଜାର ଜୋରିମାନା କରିଛନ୍ତି ।ଏହି ଘଟଣାରେ ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ କେଶ ପରିଚାଳନା କରୁଥିଲେ ।
Reporter- Rita Sahoo