ଜଳ ଲାଗି ପାଇଁ କେନାଲ ରୁ ପାଣି ଉଠାଉ ଥିବା ବେଳେ ଜଣେ କାଉଡିଆ ନିଖୋଜ |
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳୁ ରେଙ୍ଗାଳି ବାମ କେନାଲ ରୁ ଜଳ ଲାଗି ପାଇଁ ପାଣି ଉଠାଉଥିବା ବେଳେ ଜଣେ କାଉଡିଆ ନିଖୋଜ, ନିଖୋଜ କାଉଡିଆ ଜଣକ ହେଉଛନ୍ତି ତାଳଚେର ଆଇ.ଟି.ଆଇ ଛକ ଅଂଚଳ ର ମହେଶ୍ୱର ବାରିକ |ସୂଚନା ମୁତାବକ ଆଜି ଭୋର ସକାଳେ ଦୁଇ ଜଣ କାଉଡିଆ ଏକ ବାଇକ ରେ ଅଷ୍ଟଶମ୍ଭୁ ମନ୍ଦିର କୁ ଜଲଲାଗି ପାଇଁ
କୁଆଳୁ ରେଙ୍ଗାଳି ବାମ କେନାଲ ରୁ ପାଣି ଉଠାଉଥିବା ବେଳେ, ଅସାବଧାନତା କାରଣରୁ ଦୁଇ ଜଣ ଯାକ କେନାଲ ରେ ଭାସି ଯାଇଥିଲେ |ତେବେ ସ୍ଥାନୀୟ ଲୋକ ଜଣେ କାଉଡିଆ ଙ୍କୁ ଉଦ୍ଧାର କରିଥିବା ବେଳେ, ଅନ୍ୟ ଜଣେ ଭାସି ଯାଇଥିଲେ |ଏ ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ, ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଂଚି ନିଖୋଜ କାଉଡିଆ ଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି |
ପ୍ରକାଶ କୁମାର ପାତ୍ର, ତୀର୍ଥକ୍ଷେତ୍ର