ଭଙ୍ଗା ଗୃହରେ ବିପଦ ସଂକୁଳ ଅଵସ୍ଥାରେ l ବାରଣ୍ଡା ରେ ଚାଲିଛି ଶିକ୍ଷାଦାନ

ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅଵସ୍ଥା ରେ ଏବଂ ବାରଣ୍ଡା ରେ ଭବିଷ୍ୟତ ଗଢା ଚାଲିଛି l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ l ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି l ବିପଦପୂର୍ଣ୍ଣ ଭାବେ ଶ୍ରେଣୀ ଗୃହ ଥିବାରୁ ଗୋଟିଏ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀକୁ ପଢlନ୍ତି ଦୁଇ ଶିକ୍ଷକ l1980 ମସିହା ରେ ସ୍ଥାପିତ ହେଇଥିବା ବିଦ୍ୟାଳୟ ରେ ସର୍ବମୋଟ 23 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି l ସ୍ଥାନ ଅଭାବରୁ ଖରା ବର୍ଷା ଶୀତ ଦିନେ ବାରଣ୍ଡା ରେ ବାଧ୍ୟ ହୋଇ ପାଠପଢା ଚାଲିଛି । ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା l ସରକାର ସଭିଏ ପଢନ୍ତୁ ଓ ସଭିଏ ବଢନ୍ତୁ ନାରା ଦେଇ ଶିକ୍ଷା କୁ ସାର୍ବଜନିଁନ କରି ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜ ନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅବା ବ୍ଲକ୍ ପ୍ରଶାସନ ର ଚରମ ଅବହେଳା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି l ଶିକ୍ଷକ ଅଭିଭାବକ କୋମଳମତି ଶିଶୁ ମାନେ ଭୟ ଓ ଆତଙ୍କ ରେ ରହିଛନ୍ତି l କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତ ର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ପଚାଶ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି l କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟ ରେ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡ଼ୁ ନାହାନ୍ତି l ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁସୁଡି ପଡ଼ିବ କହିହେବ ନାହିଁ l ଏନେଇ ବିଦ୍ୟାଳୟ କତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କାହାର ନିଘା ନାହିଁ l ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି l ନଳ କୁପ ଅଚଳ ଅବସ୍ଥାରେ ରହିଛି ।ଫଳରେ ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ ପିଲାମାନେ ବାଧ୍ୟ ହୋଇ ଚୁଆ ପାଣିକୁ ପାନୀୟ ଜଳ ଭବେ ବ୍ୟବହାର କରନ୍ତି l ପ୍ରଶାସନ କଣ ଆଉ ଏକ ଦୁର୍ଘଟଣା କୁ ଅପେକ୍ଷା କରିଛିକି ବୋଲି ପ୍ରଶ୍ନ ଉଠୁଛି l ତେବେ ପରିତ୍ୟକ୍ତ ସ୍କୁଲ୍ ଘର କୁ ଭାଙ୍ଗି ପ୍ରଶାସନ କେବେ ନୂତନ କୋଠା ନିର୍ମାଣ କରୁଛି ତାହା ଦେଖିବାକୁ ଅଞ୍ଚଳବାସୀ ଅଭିଭାବକ ଅପେକ୍ଷା ରେ l
Bhabani Shankar jena reporter