ସରକାରୀ ଜାଗାକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା

ସାରୁଆଳି ଗାଁରେ ସରକାରୀ ଜାଗାକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା ଉଭୟ ପକ୍ଷରୁ ୫ଆହତ କାମାକ୍ଷାନଗର -୦୯-୦୭-୨୦୨୩ଆଙ୍କର:ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗାଁରେ ସରକାରୀ ଜାଗାକୁ ନେଇ ଆଜି ଅପରାହନରେ ଦୁଇ ପରିବାର ମଧ୍ୟରେ ହଣାକଟା ଉଭୟ ପକ୍ଷରୁ ୫ଆହତ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ।ଗାଁର ଚନ୍ଦ୍ରମଣି ମହାନ୍ତ (୬୫ବର୍ଷ)ଙ୍କ ପରିବାର ସହିତ ନିବାରଣ ମହାନ୍ତ (୫୫ବର୍ଷ)ଙ୍କ ପରିବାର ମଧ୍ୟରେ ହୋଇଥିଲା ଝଗଡା ସରକାରୀ ଜାଗାକୁ ନେଇ ।ଝଗଡା ଉଗ୍ରରୂପ ନେଇଥିଲା ଶେଷରେ ଉଭୟ ପରିବାର ମଧ୍ୟରେ ହଣାକଟା ହୋଇଥିଲା ଯାହାଫଳରେ ଉଭୟ ପକ୍ଷରୁ ୫ଜଣ ଆହତ ହୋଇ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।ଅନ୍ୟ ଆହତ ମାନେ ହେଲେ ସୁଭଦ୍ରା ମହାନ୍ତ (୩୫ବର୍ଷ),ସୁଜନ ମହାନ୍ତ (୩୫ବର୍ଷ) ,ରୀନା ମହାନ୍ତ (୪୮ବର୍ଷ) ।କାମାକ୍ଷାନଗର ଥାନା ପୋଲିସ ଏହାର ତଦନ୍ତ କରୁଛି ।