ସୋରଡ଼ା ସlରୁଆ ସାହିରେ ଏକ ଘରେ ଅଗ୍ନିକାଣ୍ଡ

ସୋରଡ଼ା ସlରୁଆ ସାହି ରେ ଏକ ଘରେ ଅଗ୍ନିକାଣ୍ଡ ଘଟି ବହୁ ଆସବା ପତ୍ର ନଷ୍ଟଗଞ୍ଜାମ ଜିଲ୍ଲା ସୋରଡ଼ା ସହରର ସାରୁଆସାହିର ଏକ ଘରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପାତ୍ର ଜଳିପୋଡି ନଷ୍ଟ ହେବାର ଅନୁମାନ କରାଯାଉଛି ।ଶିଶିରକାନ୍ତ ପାଢ଼ୀ ସାରୁଆସାହିରେ ଏକ ଘରେ ଭଡାରେ ରହୁଥିଲେ। ସେ ଘରେ ତାଲା ପକାଇ କିଛି କାମ ରେ ବାହାରକୁ ଯାଇଥିଲେ।ଆଜି ଅପରାହ୍ନ ସମୟରେ ଘରେ କେହି ନଥିବା ବେଳେ ହଠାତ ଘର ଭିତରୁ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଶିଶିରକାନ୍ତ ଆସି ଘର ଭିତରକୁ ଯାଇ ଦେଖିଲା ବେଳକୁ ଘରର ବହୁ ମୂଲ୍ୟବାନ ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଯାଇଥିଲା। ତେବେ ନିଆଁ କେମିତି ଲାଗିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିବା ବେଳେ ସର୍ଟ ସର୍କିଟରୁ କି ଅନ୍ୟ କିଛି କାରଣ ରୁ ନିଆଁ ଲାଗିଛି ତାହା ସନ୍ଧେହ ରେ ଅଛି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *