ରାୟଗଡ଼ା ପ୍ରେସ କ୍ଲବ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

ରାୟଗଡ଼ା , ପ୍ରେସ କ୍ଲବ ପକ୍ଷରୁ ଆଜି ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ନିକଟ ହାଲୁଆ ତୋଟା ଠାରେ ଝଞ୍ଜାବତି ନଦୀ କୂଳରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରେସ କ୍ଲବ ସଭାପତି ଯୋଗେଶ୍ୱର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟରେ ପ୍ରେସ କ୍ଲବ ସହଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବ ସାଧାରଣ ସମ୍ପାଦକ ରଞ୍ଜନ କୁମାର ରଥ, ଉପସଭାପତି ସି.ଏଚ ଶ୍ରୀନିବାସ, ଉପଦେଷ୍ଟା କୃଷ୍ଣ କୁମାର ଜେନା, କୋଷାଧ୍ୟକ୍ଷ ସୀମାଞ୍ଚଳ ପଣ୍ଡା, ବରିଷ୍ଠ ସଭ୍ୟ ଗୋପ ରଞ୍ଜନ ବକ୍ସିପାତ୍ର, ସଂଗ୍ରାମ ପଟ୍ଟନାୟକ, ବାଳକୃଷ୍ଣ ପଟ୍ଟନାୟକ, ନୀତିନ ଚୌଧୁରୀ, ସୁଶାନ୍ତ ଦାସ, ସନ୍ତୋଷ ସାହୁ, ବି. ଶ୍ରୀନିବାସ, ରଘୁନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *