ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ବ୍ଲକ ଅନ୍ତର୍ଗତ ପୁରୁଣାଗଡ ସ୍ଥିତ ବୀଣାପାଣି ଉଚ୍ଚ ବିଦ୍ୟାଳୟ ର 2007 ବ୍ୟାଚ ର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜି ଏହି ଉତ୍ସବରେ 2007 ବ୍ୟାଚ ର ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିଲେ । ଏହି ବନ୍ଧୁମିଳନ ଉତ୍ସବରେ ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯିବା ସହିତ ଗୁରୁ ପୂଜା କରାଯାଇଥିଲା । 2007 ବ୍ୟାଚ ର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଗୁରୁଙ୍କ ଆଶୀର୍ବାଦ ଲାଭ କରିଥିଲେ । ତେବେ ଦୀର୍ଘ 17 ପରେ ଏଭଳି ଏକ ବନ୍ଧୁମିଳନ ଉତ୍ସବ ଆୟୋଜନ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନେ ବେଶ ଖୁସି ପ୍ରକାଶ କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ reporter

Leave a Reply

Your email address will not be published. Required fields are marked *