ଲକ୍ଷ ପତି ଦିଦି ବିଶାଳ ସମାରୋହ

ରାଜ୍ୟ ମିଶନ ଶକ୍ତି ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଲକ୍ଷ ପତି ଦିଦି ସମାରୋହ ସାଳନ୍ଦୀ ନଗର ବାଇପାସ୍ ଆର ଏମ ସି ମାର୍କେଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ ଦତ୍ତ, ପ୍ରମୁଖ ପ୍ରଶାସନିକ ଅଧୂକାରୀ ଯୋଗ ଦେଇ ଥିବା ବେଳେ ଜିଲ୍ଲାର ପ୍ରାୟ ୪ ହଜାର ରୁ ଉଦ୍ଧ ଲକ୍ଷ ପତି ଦିଦି ଯୋଗ ଦେ ଦଇଥିଲେ।ଜିଲ୍ଲାପାଳ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ରାଜ୍ୟରେ ୫ ଲକ୍ଷ ରୁ ଅଧୂକ ଲକ୍ଷ ପତି ଦିଦି ସୃଷ୍ଟି ହେବା ସହ ଭଦ୍ରକ ଜିଲ୍ଲାରେ ୬୨ ହଜାର ଲକ୍ଷ ପତି ଦିଦି ହୋଇଥିବା ପ୍ରକାଶ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରେ ମହିଳାମାନେ ଅନୁର୍ଭୁକ୍ତ ହୋଇ ଆଗାମୀ ଦିନରେ ବହୁ ମାତ୍ରାରେ ଆତ୍ମ ନିର୍ଭରଶୀଳ ହେବା ସହ ବିକଶିତ ଓଡ଼ିଶା ରାଜ୍ୟ ହେବ ବୋଲି କହିଥିଲେ।ଏଥିରେ ଜିଲ୍ଲାରେ ଲକ୍ଷ ପତି ଦିଦି ହୋଇଥିବା ମହିଳା ମାନେ କହିଛନ୍ତି ସରକାରଙ୍କ ଠାରୁ ଆର୍ଥକ ସହାୟତା ପାଇ ଗୋପାଳନ, କୁକୁଡ଼ା, ମାଛ ଚାଷ ଆଦି କରି ଆତ୍ମ ନିର୍ଭରଶୀଳ ହୋଇ ପାରି ଥୂବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।