ଖାରିଗୁମା କଙ୍ଗାରୁ କୋର୍ଟ ଘଟଣା ପିଡିତ ପରିବାରଙ୍କୁ ଭେଟିଲେ କେନ୍ଦ୍ରୀୟ କଂଗ୍ରେସ ର ଉଚ୍ଚ ପ୍ରତିନିଧି ଦଳ

ଖାରିଗୁମା କଙ୍ଗାରୁ କୋର୍ଟ ଘଟଣା ପିଡିତ ପରିବାରଙ୍କୁ ଭେଟିଲେ କେନ୍ଦ୍ରୀୟ କଂଗ୍ରେସ ର ଉଚ୍ଚ ପ୍ରତିନିଧି ଦଳ

ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମା ଏବଂ ଜାହାଡା ଗ୍ରାମରେ ଦୁଇ ଦଳିତ ସିଙ୍ଗିପୁର ଗ୍ରାମର ବାବୁଲା ନାଇକ ଓ ବୁଲୁ ନାଇକ ଙ୍କ ପ୍ରତି ଘଟିଥିବା ଅମାନୁସିକ ଘଟଣାରେ କଂଗ୍ରେସ ର କେନ୍ଦ୍ରୀୟ ପ୍ରତିନିଧି ଦଳ ପିଡିତ ଙ୍କୁ ଭେଟି ଘଟଣା ସ୍ଥଳକୁ ପରିଦର୍ଶନ କରିଥିଲେ l ବୁଧବାର ଦିନ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅନୁରୋଧ କ୍ରମେ କଂଗ୍ରେସ କେନ୍ଦ୍ରୀୟ ବରିଷ୍ଠ ନେତା ଶ୍ରୀ ରାଜେନ୍ଦ୍ର ପାଲ ଗୌତମ ଚେୟାର ମେନ୍ ଦଳିତ ସମାଜ ବିଭାଗ ଭାରତୀୟ ଜାତୀୟ କଂଗ୍ରେସ ଦୁଇ ସାଂସଦ ଶ୍ରୀ ମନୋଜ ରାମ ,ଶ୍ରୀ ଭ୍ରମ୍ସି କ୍ରିଷ୍ଟଗଦମ୍ , ଶ୍ରୀ ମାନସ କୁମାର ମାଲିକ ଭାରତୀୟ ଜାତୀୟ କଂଗ୍ରେସ ଦଳିତ ସମାଜ ର ଲିଗାଲ ଆଡଭାଇଯର ,ରାମଚନ୍ଦ୍ର କାଡାମ୍ ଙ୍କ ନେତୃତ୍ବରେ ଡଃ ଲାଲ ଟେନ୍ଦୁ ମହାପାତ୍ର, ରାଜ୍ୟ ଉପ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ରାଜ୍ୟ ସଂପାଦକ ସୁବର୍ଣ୍ଣ ନାୟକ, ସଂପାଦକ ତୁଲେଶ୍ଵର ନାୟକ,ସୋରଡ଼ା ଯୁବ କଂଗ୍ରେସ ସଭାପତି ହରେକୃଷ୍ଣ ରଥ ପ୍ରମୁଖ ପିଡିତ ଙ୍କ ଗ୍ରାମ ସିଙ୍ଗିପୁର ରେ ପରିବାରଙ୍କୁ ଭେଟି ସମସ୍ତ ବିଷୟ ବୁଝିବା ସହିତ ଘଟଣାର ଦୃଢ଼ ନିନ୍ଦା କରିଥିଲେ l ଏହି ଘଟଣାରେ ସଂପୃକ୍ତ ରହିଥିବା ବ୍ୟକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଏବଂ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର ରୁ କଠୋର ଦଣ୍ଡ ଦେବାପାଇଁ ବକ୍ତବ୍ୟ ରଖିଥିଲେ । ସାନଖେମୁଣ୍ଡି ବିଧାୟକ ପିଡିତ ବ୍ୟକ୍ତି ଦୁଇ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏହି ଟିମ୍ ସହ ସାରା ଓଡ଼ିଶା ର ବିଭିନ୍ନ ସ୍ଥାନରୁ ଆଦିବାସୀ ହରିଜନ ବର୍ଗର ମୁଖ୍ୟ ମୁଖ୍ୟ କର୍ମକର୍ତ୍ତା ମଧ୍ୟ ସିଙ୍ଗିପୁର ରେ ପହଞ୍ଚି ଦୁଇ ପିଡିତଙ୍କୁ ଭେଟିଛନ୍ତି।ଏହି ଘଟଣାରେ ଗତକାଲି ୧୨ କୁ ଜଣ ଗିରଫ ହୋଇଥିବା ବେଳେ ବୁଧବାର ଏ ମାମଲାରେ ପୁଣି ଏକାଧିକ ଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *