ଉମରକୋଟ, ପୋଡ଼ାଗଡ଼ ରେ ଐତିହାସିକ ମଣ୍ଡେଇ ବା ମେଳା ଅନୁଷ୍ଠିତ

ଉମରକୋଟ ଥାନା ଅର୍ନ୍ତଗତ ପୋଡାଗଡ ରେ ଅନୁଷ୍ଠିତ ହୋଇଯାଇଛି ଐତିହାସିକ ମଣ୍ଡେଇ।ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ ତଥା ଆଖପାଖ ଅଂଚଳର ଅନେକ ସ୍ଥାନରୁ ଲାଠି କୁର୍ଷି ଇତ୍ୟାଦି ଆସିଥାଏ। ସେଠାକାର ସ୍ଥାନୀୟ ବାସିନ୍ଦାମାନେ ତଥା ଶିରା, ପୂଜାରୀମାନେ ସେମାନଙ୍କୁ ନାନା ପ୍ରକାରର ପୂଜାର୍ଚ୍ଚନା ତଥା ଅଭିନନ୍ଦନ କରି ଆଣିଥାନ୍ତି। ବର୍ଷ ସାରା ଅଞ୍ଚଳର ସମସ୍ତେ କିପରି ଭଲରେ ରହିବେ ତଥା ଚାଷ କିପରି ଭଲରେ ହେବ ଇତ୍ୟାଦି ଶୁଭ ମନାସି ଥାଆନ୍ତି। ଏ ଅଞ୍ଚଳର ଏହା ଏକ ବଡ଼ ମେଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା କେଉଁ ଆବାହମାନ କାଳରୁ ଚଳି ଆସୁଥିବାବେଳେ ପ୍ରାୟ ଗବେଷକ ମାନଙ୍କ ମତରେ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ଇତିହାସ ରେ ଏହା ବର୍ଣ୍ଣିତ। ନଳ ବଂଶର ରାଜା ମାନେ ରାଜୁତି କରିବା ସମୟରେ କେହି କେହି ବୈଷ୍ଣବ ମତବାଦର ଥିଲେ ,ସେ ସମୟରେ ବିଷ୍ଣୁ ଙ୍କ କିଛି ମୂର୍ତ୍ତି ତଥା କାଳକ୍ରମେ ସେମାନଙ୍କ ମଧ୍ୟରୁ କେତେକ ଶୈବ ଧର୍ମାବଲମ୍ବୀ ଥିଲେ। ସେମାନଙ୍କ ସମୟରେ ପାପଡାହାଣ୍ଡି ଠୁ ଆରମ୍ଭ କରି କୁନ୍ଦେଇ ପର୍ଯ୍ୟନ୍ତ ଅନେକ ଶୈବପୀଠ ସବୁ ଦେଖିବାକୁ ମିଳେ। ଏଠାରେ ପ୍ରତିବର୍ଷ ମାଘ ମାସରେ ମେଳା ଲାଗେ ଏବଂ ତିନିଦିନ ବ୍ୟାପୀ ଏହି ମେଳା ଚାଲେ । ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ଦେବାପାଇଁ କେନ୍ଦ୍ର ସରକାରଙ୍କୁ ତଥା ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯାଇଛି। ଗୋଟିଏ କ୍ରସର ଲାଗି ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ଏ ଅଞ୍ଚଳର କିଛି ଉନ୍ନତି ହୋଇପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏଣୁ ପ୍ରସାଶନ ତୁରନ୍ତ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *