ରାଜ୍ୟ କଂଗ୍ରେସ କମିଟି ର ନିର୍ଦେଶ କ୍ରମେ ସମ୍ବିଧାନ ବଞ୍ଚାଅ ଅଭିଯାନ ପାଇଁ ଏକ ବିଶାଳ ବାଇକ ରାଲି

ରାଜ୍ୟ କଂଗ୍ରେସ କମିଟି ର ନିର୍ଦେଶ କ୍ରମେ ସମ୍ବିଧାନ ବଞ୍ଚାଅ ଅଭିଯାନ ପାଇଁ ଏକ ବିଶାଳ ବାଇକ ରାଲି।
କନ୍ଧମାଳ ୧୮/୦୬/୨୦୨୫ ରାଜ୍ୟ କଂଗ୍ରେସ ର ଉପ ସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା (କନ୍ଧମାଳ ଜିଲ୍ଲା ପ୍ରଭାରୀ ) ଙ୍କ ନେତୃତ୍ୱରେ ଫୁଲବାଣୀ ସର୍କିଟ ହାଉସ ଠାରୁ ଏକ ବିଶାଳ ବାଇକ ରାଲି ସହର ପରିକ୍ରମା କରିଥିଲା! କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ଦେଇ ଥିଲେ ଶତାଧିକ କଂଗ୍ରେସ କର୍ମୀ! ଏକ ସୁସଜିତ ଗାଡ଼ିରେ ପ୍ରଭାରୀ ରମେଶ ଜେନା, ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ,ରାୟଗଡା ବିଧାୟକ ଆପ୍ଲସ୍ଵାମୀ କଡାରକା, ପି ସି ସି ସମ୍ପାଦକ,ପୂର୍ବତନ ସାଂସଦ ରାଧା କାନ୍ତ ଦିଗାଲ,ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ କଂଗ୍ରେସ ପ୍ରାଥୀ ଅମୀର ଚାନ୍ଦ ନାୟକ ବାଲିଗୁଡା ବିଧାୟକ ପ୍ରାଥୀ ଉପେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହ୍ନର, ଯୁବକଂଗ୍ରେସ ର ବସନ୍ତ ପାଢ଼ୀ ଓ ଏ ଆଇ ସି ସି ର ସଭ୍ୟ ଘନ କୁମାର ଶବର ଶିବ ଶଙ୍କର ବେହେରା ପ୍ରମୁଖ ରାଲିରେ ଯାଇଥିଲେ! ପାରିଜାତ ମଣ୍ଡପରେ ସମ୍ବିଧାନ ବଞ୍ଚାଅ ସଭାହୋଇଥିଲା! ପ୍ରଭାରୀ ରମେଶ ଜେନା ଭାଷଣ ପ୍ରସଙ୍ଗରେ କହିଲେ ଜେ ରଜା ରାଜୁଡା ଶାସନ ର ଅବସାନ ଘଟିବା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ୟବସାୟ କରିବାକୁ ଆସି କାଳକ୍ରମେ ଭାରତ କୁ ଶାସନ କଲେ! ଅରାଜକ ହେଲା! ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀ ବାହାରିଲେ!ସ୍ୱାଧୀନତା ହାସଲ ହେଲା ପରେ ଏକ ସମ୍ଭିଧାନ ର ଆବଶ୍ୟକତା ଦେଖାଦେଲା! ଡ଼ ଭୀମ ରାଓ ଆମ୍ବେଦକର ସମ୍ଭିଧାନ ପ୍ରଣୟନ କଲେ! ସମ୍ଭିଧାନ ନାଗରିକ ମାନଙ୍କୁ ଅଧିକାର ଦେଲା! କିନ୍ତୁ ସମ୍ଭିଧାନ କୁ ବିକଳାଙ୍ଗ କରି ନିଜର ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କଲା କେନ୍ଦ୍ର ବିଜେପି ସରକାର ସମ୍ଭିଧାନର ପବିତ୍ରତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ କୁଠାର ଘାତ କରିଚାଲିଛି ବିଜେପି! ଲୋକେ ଏଣିକି ସୁଶାନ ପାଇବେ ନାହିଁ!ଦାରିଦ୍ରତା ହଟିବ ନାହିଁ! ଅମ୍ବାନୀ ଓ ଅଦାନୀ ଓ ଅମ୍ବାନୀ ଧନୀ ହେଲେ! ଏକ ଦେଶ, ଏକ ନିର୍ବାଚନ ରୁଷିଆ ଓ ଉକ୍ରେନ ଭଳି ଶାସନ ପ୍ରଚଳନ ପାଇଁ ମସୁଧା ଚାଲିଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥଲେ! ଶେଷରେ କଂଗ୍ରେସ ଦଳକୁ ସୁଦୃଢ ରଖିବାକୁ ସହ କେନ୍ଦ୍ର ଓ ରାଜ୍ୟ ର ଦୁର୍ନୀତି ଗ୍ରସ୍ତ ସରକାରକୁ ହଟାଇବା ପାଇଁ ନିବେଦନ କରିଥିଲେ! କଂଗ୍ରେସ ର ସ୍ୱାଧୀନତା ସଂଗ୍ରାମ ରେ ଗୁରୁତ୍ୱପୁର୍ଣ ଭୂମିକା ଥିଲା! ଦେଶପାଇଁ ଗାନ୍ଧୀ ପରିବାର ର ଦୁଇ ଦୁଇଟା ପ୍ରଧାନ ମନ୍ତ୍ରୀ ଜୀବନ ଦେଇଛନ୍ତି ବୋଲି ରାୟଗଡା ବିଧାୟକ ଆପ୍ଲସ୍ଵାମୀ କଡାରକା କହିଥିଲେ! ବିଜେପି ସମ୍ଭିଧାନ କୁ ନଷ୍ଟ କରିବାକୁ ବସିଛି ଓ ସମ୍ଭିଧାନ କୁ ବଞ୍ଚାଇବା ପାଇଁ ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି ନେତାମାନେ ଆଲୋଚନା କରଥିଲେ! ଅନ୍ୟମାନଙ୍କ ମଧ୍ୟରେ ନେତା ଅମୀର ଚାନ୍ଦ ନାୟକ, ନକୁଳ ନାୟକ, ରାଧାକାନ୍ତ ଦିଗାଲ, ଅଭିମନ୍ୟୁ ବେହେରା, ଘନ କୁମାର ଶବର, ଚନ୍ଦ୍ରଶେଖର ପରିଡା, ହଳଧର ସେଠି, ପି ସି ସି ସମ୍ପାଦକ, ଉପେନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ଭିଧାନ କୁ ବଞ୍ଚାଇବା ପାଇଁ ଆୱାହ୍ନ ଦେଇଥିଲେ! ସଭାକାର୍ଯ୍ୟ ରଜତ ମହାନ୍ତି, ବସନ୍ତ ପାଢ଼ୀ, ପରିଚାଳନା କରିଥିଲେ! ସଭାରେ ବହୁ କର୍ମୀ, ସମିତି ଅଧକ୍ଷ, ସରପଞ୍ଚ, ଓ କାଉନସିଲର ଯୋଗ ଦେଇଥିଲେ!