ଖୋର୍ଦ୍ଧା ବ୍ଲକ ରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଖୋର୍ଦ୍ଧା 03.07.2023 ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି . ଆଜି ମୋଟ 65 ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇ ଥିବା ବେଳେ ସେଥିମଧ୍ୟରୁ 42 ଟି ଅଭିଯୋଗ ବ୍ୟକ୍ତିଗତ ଥିଲାବେଳେ 16 ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା, 6 ଟି ଅଭିଯୋଗ ର ସ୍ଥଳ ବିଶେଷ ରେ ତତ୍କାଳ ସମାଧାନ କରାଯାଇଥିଲା ଏବଂ 1 ଜଣଙ୍କୁ ରେଡ଼କ୍ରସ ସହାୟତା ପାଣ୍ଠି ରୁ 5,000ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା . ଆଜିର ମିଳିତ ଜନ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ -ଜିଲ୍ଲାପାଳ, ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା ବିଭାସ ରଞ୍ଜନ ପାଣିଗ୍ରାହୀ,ସି . ଡ଼ି ଏମ. ଓ., ଡ଼ ଆର୍ତ୍ତବନ୍ଧୁ ନାୟକ,ଆଶିଷ୍ଟାଣ୍ଟ କଲେକ୍ଟର, ଗ୍ରୀଭାନ୍ସ,ଵି. ଡ଼ି. ଓ, ଖୋର୍ଦ୍ଧା ଖିରାବ୍ଧି ତନୟା ସାହୁ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *