ସରକାରଙ୍କ G–20 , ଜନ ଭାଗିଦାରୀ ଯୋଜନା ଉପଲକ୍ଷେ ଏକ ସଭା ଅନୁଷ୍ଠିତ

ଖୋର୍ଦ୍ଧା ବ୍ଲକ ମୁକ୍ତା ପୁର କ୍ଲଷ୍ଟର CRCC ପୂର୍ଣ୍ଣଲକ୍ଷ୍ମୀ ମହାରଣାଙ୍କ ତତ୍ୱାବଧାନରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୋଡାପୁଟ ଠାରେ ସରକାରଙ୍କ G–20 , ଜନଭାଗିଦାରୀ ଯୋଜନା ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଶିକ୍ଷକ ଶ୍ରୀ ଭରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ବ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ପ୍ରତାପ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମଲ୍ଲୀପୁର ଗ୍ରାମର ସରପଞ୍ଚ ଶ୍ରୀ ସୁଦାମ ଚରଣ ସେଠି ଏବଂ ଏହି ଗ୍ରାମର ଅନେକ ବୁଦ୍ଧିଜୀବି ଏବଂ ଶିକ୍ଷାବିତ ମାନେ ଯୋଗଦେଇ ‘ଆମେ ଗଢ଼ିବୁ ନୂଆ ଓଡିଶା’ ସମ୍ପର୍କିତ ଆଲୋଚନାରେ ଭାଗ ନେଇଥିଲେ l CRCC ମହାଶୟା G-20 ଜନ ଭାଗିଦାରୀ ଯୋଜନାରେ ଛାତ୍ରଛାତ୍ରୀ ମାନଙ୍କର ବିକାଶ , ବିଦ୍ୟାଳୟରେ FLN ମାଧ୍ୟ୍ୟମରେ ପିଲାମାନଙ୍କର ଦକ୍ଷତା ବୃଦ୍ଧି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ସରପଞ୍ଚ ଶ୍ରୀ ସୁଦାମ ଚରଣ ସେଠି ସରକାରଙ୍କର ମହତ ଉଦ୍ଦେଶ୍ୟପାଇଁ ଆମର ସଦା ସହଯୋଗ ରହିବ ବୋଲି ମତାମତ ଦେଇଥିଲେ I ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶ୍ରୀ ବିଭୁଜ୍ୟୋତି ପଟ୍ଟନାୟକ, ସନ୍ଧ୍ୟାରାଣୀ ସାହୁ ଓ ଜ୍ୟୋତିର୍ମୟୀ ନାୟକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଛାତ୍ରଛାତ୍ରୀ ମାନେ ମ୍ୟୁଜିକ ଚେୟାର ଏବଂ ପପେଟ ସୋ ରେ ଭାଗନେଇ ଥିଲେ l ଶେଷରେ ଶିକ୍ଷକ ଶ୍ରୀ ଦୁଃଖିଶ୍ୟାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *