୧୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଂଜେଇ ସହ ଦେଶୀ ବନ୍ଧୁକ ଓ ଦୁଇ ଚୋରା ବେପାରୀ ଗିରଫ

କଣ୍ଟାମାଳ,୩୦/୦୩ :- ମନମୁଣ୍ଡା ପୋଲିସର ବଡ଼ସଫଳତା 15 କୁଇଣ୍ଟାଲ 50 kg ଗଂଜେଇ, ଦେଶୀ ବନ୍ଧୁକ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ । ସୂଚନା ମତେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶଗଡ଼ା ପାଣ୍ଡୀ ଅନ୍ତର୍ଗତ ସେସକାପଡା ଜଙ୍ଗଲ ନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ଏସ ପି. ରାଜ ପ୍ରସାଦ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ ଚଢ଼ାଉ କରି ଗଂଜେଇ ଜବତ ସହ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ।ଉକ୍ତ କାରବାର ରେ ସାମିଲ ଥିବା ଅଭିଯୁକ୍ତ ମାନେ ହେଲେ ବାରକୁଠିଳି ଗ୍ରାମର ବବି କଆଁର ଓ ରୁଗୁଡିକନପା ଗ୍ରାମର ଦୁଃଶାସନ ସାହୁ। ଗିରଫ ହେଲା ପରେ ଦୁଇ ଅଭିଯୁକ୍ତ ଙ୍କୁ କେଶ no 90/23 ଏକ ମାମଲା ରୁଜୁ କରି କୋଟ ଚାଲାଣ ନେଇ ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପଧାନ ସୂଚନା ଦେଇଛନ୍ତି ।ଏପଟେ ପ୍ରତିଦିନ ବିଭିନ୍ନ ଗଣ ମାଧ୍ୟମ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ ଗଂଜେଇ ଚୋରା ଚାଲାଣ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ହେଉଥିବା ବେଳେ ବୌଦ୍ଧ ଅବକାରୀ ବିଭାଗ ସୁପ୍ତ ହେବାକୁ ବସିଛି। ପ୍ରତିଦିନ ପୋଲିସ ହାତରେ ଧରା ଦେଉଛି ଗଂଜେଇ ଚୋରା ଚାଲାଣ ଅପରାଧୀ ଓ ବ୍ୟବହୃତ ଗାଡି ।ଅବକାରୀ ବିଭାଗ କରୁଛି କଣ! ଅବକାରୀ ବିଭାଗ ର କାର୍ଯ୍ୟ ଶୈଳୀ କୁ ସାଧାରଣରରେ ସନ୍ଦେହ ର ଚର୍ଚ୍ଚା ଚାଲିଛି।
ରିପୋର୍ଟ- ବୌଦ୍ଧରୁ ସଦାନନ୍ଦଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।