ସ୍କୁଲକୁ ଆସୁନାହାନ୍ତି ନବ ନିଯୁକ୍ତ ଶିକ୍ଷୟତ୍ରୀ।

ନିମାପଡା , ବିଦ୍ୟା ଅଟଇ ମହା ଧନ ବାଳକେ କର ଉପାର୍ଜନ। ଏକଥା ସତ ହେଲେ ଯଦି ବିଦ୍ୟାଳୟରେ ଶିକ୍ଷକ ନ ରହିବେ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଲାଭ କରିବେ କେମିତି। ସୁଚନା ଯୋଗ୍ୟ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଧନୁଆ ପଞ୍ଚାୟତ ଅଧୀନ ରଏଡ୍ ବଜାର ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ଗତ ଫେବୃୟାରୀ 28 ତାରିଖରୁ ପ୍ରଧାନ ଶିକ୍ଷୟତ୍ରୀ କିରଣମୟୀ ଜେନା ଅବସରପ୍ରାପ୍ତ ନେଇଥିବା ବେଳେ ଏହି ବିଦ୍ୟାଳୟରେ ନୂତନ ଭାବେ ଶିକ୍ଷୟତ୍ରୀ ଅନିତା ନାୟକ ନିଯୁକ୍ତି ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ସୁନୁଗୋରଡି ନୋଡାଲ ୟୂପି ସ୍କୁଲରେ ଥିବା ସହାୟିକା ଶିକ୍ଷୟତ୍ରୀ ଅନିତା ନାୟକ ମାର୍ଚ୍ଚ ଏକ ତାରିଖରୁ ରଏଡ୍ ବଜାର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ନିଯୁକ୍ତି ହୋଇଥିବା ବେଳେ ଏଯାଏଁ ସ୍କୁଲକୁ ଆସୁନାହାନ୍ତି। ଏନେଇ ରଏଡ୍ ବଜାର ପ୍ରାଥମିକ ବିଦ୍ୟାଳୟର ଚେୟାରମ୍ୟାନ ଅବଦୁଲ ଖାଲିକ ଖାଁ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ରଏଡ୍ ବଜାର ପ୍ରାଥମିକ ବିଦ୍ୟାଳୟରେ 60 ପିଲା ମାନଙ୍କୁ ଗୋଟିଏ ଶିକ୍ଷକ ପାଠ ପଢାଉଛନ୍ତି। ପିଲା ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏନେଇ ଗ୍ରାମବାସମାନଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନୁତନ୍ ଶିକ୍ଷକ ଅନିତା ନାୟକ କଣ ପାଇଁ ଏଯାଏଁ ଆସୁନାହାନ୍ତି ବୋଲି ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଯଦି ନୂତନ ଶିକ୍ଷକ ତୁରନ୍ତ ନ ଆସିବେ ଗ୍ରାମବାସମାନେ ଅଭିଭାବକ ମାନେ ଉକ୍ତ ବିଦ୍ୟାଳୟର ଗେଟ୍ କୁ ତାଲା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *