ବ୍ୟାସ ଧୂମ ମ୍ୟୁଜିକାଲ ନାଇଟ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ହୋଟେଲ ନଟରାଜ ରୟାଲ ଠାରେ ଏନ. ସି. ହାଇସ୍କୁଲ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ବ୍ୟାସ ଧୂମ ମ୍ୟୁଜିକାଲ ନାଇଟ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି l ଏହି ସମ୍ମିଳନୀରେ ଏନ.ସି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ଆବାହକ ବିଶ୍ଵମ୍ବର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ପୂର୍ବତନ କାଉନସିଲର ଅର୍ଜୁନ ରାଉତ, ସୌମେନ୍ଦ୍ର ରାଉତ, ଶିକ୍ଷାବିତ ସାରଦା ଦାସ, କାଉନସିଲର ପାର୍ଥ ସାରଥୀ ନାୟକ, ଅଶୋକ କୁମାର ରାଉତ, ଭରତ ଓଝା ଓ ପୁରାତନ ଛାତ୍ର ଅଯୋଧ୍ୟାନା ନାଥ ଜେନା ଯୋଗଦେଇ ମ୍ୟୁଜି କାଲ ନାଇଟ ସମ୍ପର୍କରେ ସୂଚନା ଦେଇଥିଲେ l ତେବେ ଏନ.ସି ହାଇସ୍କୁଲର ବିକାଶ ଉଦେଶ୍ୟରେ ଆସନ୍ତା ଜାନୁଆରୀ ମାସ ୨୦ ଓ ୨୧ ତାରିଖରେ ବଲିଉଡ଼ ଗୀତିକାର ମହମ୍ମଦ ଦାନିସ୍, ଚେତନା ଭରଦ୍ବାଜ, ସଲମାନ୍ ଅଲ୍ଲୀ ଓ ସଂମୁଖପ୍ରିୟାଙ୍କ କାର୍ଯ୍ୟକ୍ରମ ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲ ଖେଳ ପଡିଆରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପୁରାତନ ସଂସଦ ପକ୍ଷରୁ ସୂଚନା ଦିଆଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଞ୍ଜିତ ରାଉତ, ବାବୁ ଖାନ୍ ପ୍ରମୁଖଙ୍କ ସମେତ ଅନେକ ପୁରାତନ ଛାତ୍ର ଉପସ୍ଥିତ ଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live